ଜେଲ୍ ଭ୍ୟାନ୍ ହେଲା ଟେଷ୍ଟିଂ ଲାବ୍

0 797

ନୂଆଦିଲ୍ଲୀ : କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ଟେଷ୍ଟିଂ ଲାବୋରେଟୋରୀ ପାଇଁ ଏବେ ଭିତ୍ତିଭୂମିର ଅଭାବ ଦେଖା ଦେଇଛି । ଏହି କାରଣରୁ କେତେକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି । ବିଶେଷକରି ମହାରାଷ୍ଟ୍ର ଓ ଦିଲ୍ଲୀରେ ସଂକ୍ରମଣ ସମସ୍ୟା ଅତି ଗୁରୁତର ହୋଇପଡିଥିବାରୁ ଏହି ଦୁଇ ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଲୋକମାନଙ୍କର ଟେଷ୍ଟିଂ କରାଯାଉଛି । ସିଲ୍ ହୋଇଥିବା ଅଂଚଳଗୁଡିକରେ ସ୍ୱାସ୍ଥ୍ୟକର୍ମୀମାନେ କଡା ସତର୍କତା ମଧ୍ୟରେ ଘରକୁ ଘର ବୁଲି ଟେଷ୍ଟିଂ କରୁଛନ୍ତି । ଏହାଛଡା ଗାଡିଗୁଡିକୁ ଟେଷ୍ଟିଂ ଲାବରେ ପରିଣତ କରାଯାଉଛି । ଜେଲର ଭ୍ୟାନଗୁଡିକୁ ଟେଷ୍ଟିଂ ଲାବ୍ ଭାବେ ବ୍ୟବହାର କରାଯାଉଛି । ଏହି ଭ୍ୟାନଗୁଡିକ ସିଲ୍ ହୋଇଥିବା ଅଂଚଳଗୁଡିକୁ ଯାଉଛନ୍ତି । ଏବଂ ସେଠାରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଏ କ୍ଷେତ୍ରରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଛି ।

hiranchal ad1
Leave A Reply

Your email address will not be published.

one × 3 =