କ୍ୱାରେଣ୍ଟାଇନ କେନ୍ଦ୍ରରୁ ଖସି ପଳାଇଲେ ୪ ଯୁବକ

0 88

ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତରାଞ୍ଚଳରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪ଜଣ ଯୁବକ ଖସି ପଳାଇଛନ୍ତି । ସିଭିଲ୍ସ ଲାଇନ ଥାନାଂଚଳରେ ଥିବା ଏକ ସ୍କୁଲ ଘରକୁ କ୍ୱାରେଣ୍ଟାଇନ କେନ୍ଦ୍ର କରାଯାଇଥିଲା । ସେଠାରେ ଗତ ମାର୍ଚ୍ଚ ଶେଷ ଭାଗରେ ଏହି ୪ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା । ସେମାନେ ବିହାର, ଆସାମ, କାନପୁର ଓ ଦିଲ୍ଲୀ ଅଂଚଳର । ଏହି ଘଟଣା ନେଇ ଥାନାରେ ଏଫ୍ଆଇଆର୍ ହୋଇଛି ଏବଂ ପୁଲିସ ବର୍ତ୍ତମାନ ସେମାନଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି । କ୍ୱାରେଣ୍ଟାଇନ କେନ୍ଦ୍ର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଲା ବୋଲି ସନେ୍ଦହ କରାଯାଉଛି ।

hiranchal ad1
Leave A Reply

Your email address will not be published.

four + 6 =