ରାଜ୍ୟ ସ୍ତରୀୟ ତିଲେଶ୍ୱର କପ : କୋରାପୁଟକୁ ହରାଇ ଦ୍ୱିତୀୟ ସେମିଫାଇନାଲରେ ଭଦ୍ରକ

0 121

ହରଭଙ୍ଗା :ହରଭଙ୍ଗା ବ୍ଲକ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ତିଲେଶ୍ୱର ଫ୍ରେଣ୍ଡସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୨୦୨୨ ତିଲେଶ୍ୱର କପର ପଞ୍ଚମ ଦିନର ଖେଳ ଶେଷ ହୋଇଯାଇଛି । ପଞ୍ଚମ ଦିନରେ ବିଏସଏସ ଫୁଟବଲ କ୍ଳବ ଭଦ୍ରକ ସହିତ ଆଦିବାସୀ ଫୁଟବଲ କ୍ଳବ କୋରାପୁଟ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୧-୧ରେ ସମାନ ସ୍ଥିତିରେ ରହିଥିବାରୁ ସୁଟଆଉଟ୍‌ ଜରିଆରେ ଭଦ୍ରକ ଦଳ ବିଜୟୀ ହୋଇଥିଲା । ଏହି ବିଜୟ ସହ ଭଦ୍ରକ ଦଳ ଦ୍ୱିତୀୟ ସେମିଫାଇନାଲରେ ପ୍ରବେଶ କରିଛି ।

hiring

ପଞ୍ଚମ ଦିନ ଖେଳରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ସମ୍ମାନିତ ଅତିଥିଭାବେ ବୌଦ୍ଧ ଆଇଆଇସି ମଧୁସୂଦନ ନାୟକ, ବ୍ରହ୍ମାନନ୍ଦ ପ୍ରଧାନ, ମଧୁସୂଦନ ନାଏକ, ବିଷ୍ଣୁ ଚରଣ ପ୍ରଧାନ, ସନ୍ତୋଷ ପାତ୍ର, ଗୁପ୍ତେଶ୍ୱର ଦେହୁରୀ, ବୀରକିଶୋର ପ୍ରଧାନ, ସୁଶୀଲ ଦେହୁରୀ, ଗରୁଡ଼ ଧ୍ୱଜ ଦେହୁରୀଙ୍କ ସମେତ ପରିଚାଳନା କମିଟିର ସଭାପତି ସ୍ଥାନୀୟ ସରପଞ୍ଚ ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ ଏବଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ଦିଲ୍ଲୀପ ରାଉତ, ପ୍ରଦୀପ୍ତ ମହାନ୍ତି, ଅମ. ଡ଼ି. ଶାଖଲୀନ ଓ ରଞ୍ଜନ କୁମାର ଯୋଶୀ ଖେଳ ପରିଚାଳନା କରିଥିବା ବେଳେ ଭୈରବୀ କନିଷ୍ଠ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୋଜ ପାଠି ଧାରା ବିବରଣୀ ପ୍ରଦାନ କରିଥିଲେ । ଆଜି ଦ୍ୱିତୀୟ ସେମିଫାଇନାଲରେ ସାଇ ସ୍ପୋଟିଂ ବଲାଙ୍ଗୀରକୁ ଭେଟିବ ବିଏସଏସ ଭଦ୍ରକ ।

hiranchal ad1
Leave A Reply

Your email address will not be published.

twenty − 16 =