ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜନ୍ମଦିନ, ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ

0 77

ଭୁବନେଶ୍ୱର : ଆଜି ଅକ୍ଟୋବର ୨ ତାରିଖ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ବାପୁ ନାମରେ ଜଣାଶୁଣା ଗାନ୍ଧୀ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ। ଆଜି ଦିନକୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି । ୨୦୦୭ ଜୁନ୍‌ ୧୫ ତାରିଖରେ ଜାତିସଂଘ ଏହି ଘୋଷଣା କରିଥିଲା । ଅହିଂସା ଅସ୍ତ୍ରରେ ଦେଶକୁ ସ୍ୱାଧୀନତା ଦେଇଥିଲେ ଅହିଂସାର ପୂଜାରୀ ବାପୁ । ସେ ସବୁ ସମୟରେ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ । ସେ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ କୁଣ୍ଠାବୋଧ କରିନଥିଲେ। ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ । ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ଏହିଦିନ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ । ତାଙ୍କର ନିଜ ଜନ୍ମ ଭୂମି ପ୍ରତି ନିଷ୍ଠା, କାର୍ଯ୍ୟ ଓ ଉଦାର ମନୋଭାବକୁ ଦେଖି ସମସ୍ତେ ତାଙ୍କୁ ବାପୁ ନାମରେ ଡାକୁ ଥିଲେ । ଭାରତ ଯେତେବେଳେ ଇଂରେଜ ସରକାର ଅଧିନରେ ଥିଲା ସେତେବେଳେ ଗୋଟିଏ ଆଗ ଧାଡ଼ିର ଯୋଦ୍ଧା ଭଳି ଇଂରେଜ ସରକାର ବିରୋଦ୍ଧରେ ଲଢି ଥିଲେ । ଗାନ୍ଧଜୀଙ୍କ ଅହିଂସାର ବାଣୀ ସାରା ବିଶ୍ୱ ପାଇଁ ଏବେ ଅଧିକ ପ୍ରାସଙ୍ଗିକ ହୋଇ ପଡ଼ିଛି। ବିଶ୍ୱରେ ଶାନ୍ତି ସ୍ଥାପନା ପାଇଁ ଗାନ୍ଧିଜୀଙ୍କ ପଦାଙ୍କ ଅନୁସରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଅନ୍ୟପଟେ ଆଜି ଆଉ ଜଣେ ମହାନ ବ୍ୟକ୍ତିଙ୍କ ଜନ୍ମ ଦିନ । ୧୯୦୪ ମସିହାରେ ଆଜି ଦିନରେ ଜନ୍ମ ଗ୍ରହଣ କରିଥିଲେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ।

hiranchal ad1
Leave A Reply

Your email address will not be published.

twelve + three =