ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ

0 88

ଗଜପତି : ଗଙ୍ଗାବାଡ଼ରେ 1 କୋଟି 71 ଲକ୍ଷ ଟଙ୍କାରେ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଚାଲୁଅଛି। 17 ଲକ୍ଷ ଟଙ୍କା ଅଟକଳରେ ଗଙ୍ଗାବାଡ଼ ଏବଂ ମାଣିକ ପାଟଣା ଗ୍ରାମରେ ପ୍ରତ୍ୟେକ ଗୃହକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗଙ୍ଗାବାଡ଼, ମାଣିକ ପାଟଣା ଓ ଚମ୍ପାପୁର ଗ୍ରାମରେ ଆଠ ଲକ୍ଷ ଟଙ୍କା ବ୍ୟୟରେ ପାଞ୍ଚ ଗୋଟି ଜାଗାରେ ସୋଲାର ଲାଇଟର ବ୍ୟବସ୍ଥା କରାଯାଉଛି। କଇଁପୁର ପଞ୍ଚାୟତରୁ ଗଙ୍ଗାବାଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ପୁନଃ ନିର୍ମାଣ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର 9 କୋଟି 65 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। 5. 4 ଟଙ୍କା ଅଟକଳରେ ଚମ୍ପାପୁର ଠାରୁ ଗଙ୍ଗା ବାଡ଼ ପର୍ଯ୍ୟନ୍ତ 2.5 କିଲୋମିଟର ଗ୍ରାମ୍ୟ ସଡକର ନିର୍ମାଣ କାର୍ଯ୍ୟ ଚାଲୁଅଛି। ଗଙ୍ଗାବାଡ଼ ଓ ଚମ୍ପାପୁର ଗ୍ରାମରେ 100 ପରିବାରକୁ ଜୀବିକା ଅର୍ଜନ ନିମନ୍ତେ OLM ତରଫରୁ କୁକୁଡ଼ା ଶାବକ ବଣ୍ଟନ କରାଯାଇଛି। ଚମ୍ପାପୁର ଠାରେ ଚିହ୍ନିତ ହୋଇଥିବା ତିନିଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ବ୍ୟବସାୟ ନିମନ୍ତେ ରଙ୍ଗୀନ ମାଛ ଉତ୍ପାଦନ ପାଇଁ ଆବଶ୍ୟକ ତାଲିମ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ମାଣିକପାଟଣା ଗ୍ରାମରେ ଛେଳି ଚାଷ କରୁଥିବା 30 ଗୋଟି ପରିବାରକୁ ଚିହ୍ନଟ କରି ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ଏବଂ OLM ସହଯୋଗରେ ଛେଳି ପାଇଁ ଟୀକାକରଣ ଓ ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି। ପାଚେଡ଼ି ଗ୍ରାମରେ ଜହ୍ନ। ଉତ୍ପାଦନ କରୁଥିବା ଚାଳିଶିରୁ ଉର୍ଦ୍ଧ୍ବ ପରିବାରକୁ ଜୀବିକା ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ମାଣିକ ପାଟଣା ଗ୍ରାମରେ କାଜୁ ଉତ୍ପାଦନ ପରିବାରକୁ ଗଙ୍ଗବାଡ଼ ଗ୍ରାମରେ ତେନ୍ତୁଳି ଉତ୍ପାଦନ ପରିବାରକୁ ଚିହ୍ନଟ କରି ଜୀବିକା ମିଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ତରଫରୁ ଖମ୍ବଗାଁ, ଚମ୍ପାପୁର ଏବଂ ମାଣିକ ପାଟଣା ଗ୍ରାମର 100 ଗୋଟି ପରିବାରକୁ ଚିହ୍ନଟ କରି ମିଶନ ଜୀବିକା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି।

hiranchal ad1
Leave A Reply

Your email address will not be published.

five × two =