ଆଠମଲ୍ଲିକରେ ବିଜୁ ଜନତା ଦଳ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0 103

ଆଠମଲ୍ଲିକ,୨/୧୦- ଆଠମଲ୍ଲିକରେ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ଗାନ୍ଧିଛକରେ ଥିବା ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିରେ ବିଧାୟକ ପ୍ରତିନିଧି କ୍ଷୀରୋଦ କୁମାର ବଘାର, ଗଦାଧର ସ୍ୱାଇଁ, ନଗର ସଭାପତି ପ୍ରଦୀପ ଦାସ , ଯୁବ ବିଜେଡି ସଭାପତି ସିଦ୍ଧାର୍ଥ ମହାକୁଡ଼ , ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସହରରେ ଥିବା ଡ଼. ବି. ଆର ଆମ୍ବେଦକର ଓ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ସରକାରୀ ଓକିଲ ଆଇନଜୀବୀ ବିଜୟ କୁମାର ମହାକୁଡ଼ ମହାତ୍ମାଗାନ୍ଧୀଙ୍କ ଜୀବନୀ ଉପରେ ସମ୍ୟକ ସୂଚନାଦେଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଥିବା ସମସ୍ତ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ ।

hiring

ସରକାରୀ ଓକିଲ ଅନ୍ତର୍ଯ୍ୟାମୀ ରାଉଳ ,ରଞ୍ଜନ ବେହେରାଙ୍କ ସହିତ ନଗରର ସମସ୍ତ ୱାର୍ଡର ସଭାପତିଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ । ବିଧାୟକ ପ୍ରତିନିଧି ପବିତ୍ର ଗାନ୍ଧୀ ଜୟନ୍ତୀରେ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବାପାଇଁ ସଂକଳ୍ପ ନେଇ ଉପସ୍ଥିତ ଥିବା କର୍ମୀଙ୍କୁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =