ଧଉଳି ଗଣନାଟ୍ୟ’ ଟ୍ରକ୍‌ ଦୁର୍ଘଟଣା : ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0 55

ଭୁବନେଶ୍ୱର: ‘ଧଉଳି ଗଣନାଟ୍ୟ’ ଯାତ୍ରା ପାର୍ଟି ଟ୍ରକ ଓଲଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଏହା ସହ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ସେହିପରି ସମସ୍ତ ଗୁରୁତର ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଅନୁସାରେ, ଆଜି ବାରିପଦା ଘାଟିରେ ଓଲଟିଥିଲା ‘ଧଉଳି ଗଣନାଟ୍ୟ’ ଟ୍ରକ୍‌ । ଦୁର୍ଘଟଣାରେ ୬ ଜଣ ମୃତ, ୧୨ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ୧୨ ଜଣଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି । ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି ।ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ବର ଅଭିମୁଖେ ଯାଉଥିଲା । ଗାଡ଼ିରେ ଲାଇଟ୍ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା । ଟ୍ରକଟି ଘାଟି ତଳକୁ ଖସି ଖଣ୍ଡ ବିଖଣ୍ଡିତ ହୋଇଛି।

hiranchal ad1
Leave A Reply

Your email address will not be published.

eleven − 4 =