ସହରରେ ଚାଲିବନି ଦୁଇଚକିଆ ଓ ଘରୋଇ ଗାଡି ।

0 115

ଭଦ୍ରକ ସହର ପାଇଁ ଲାଗୁ ହୋଇଥିବା ଶଟଡାଉନ ଗତକାଲି ରାତି ୮ଟା ଠାରୁ ଉଠି ଯାଇଥିବା ବେଳେ ଚରମ୍ପା ରେଳ ଷ୍ଟେସନ ଅଞ୍ଚଳ, ପୁରୁଣାବଜାର ଓ ଏରେଇଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ଶଟଡାଉନ ବଳବତ୍ତର ରହିଛି । ଅନ୍ୟପକ୍ଷରେ ସମଗ୍ର ଜିଲ୍ଲାରେ ଲକଡାଉନ ଆଗାମୀ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି । ଏହି ସମୟ ମଧ୍ୟରେ ସମଗ୍ର ଜିଲ୍ଳା ପାଇଁ କେତେକ ପରିବର୍ତ୍ତିତ ନିୟମ ଲାଗୁ କରାଯାଇଛି । ଯାହା ଆସନ୍ତାକାଲି ସକାଳ ୬ଟା ଠାରୁ ଲାଗୁ ହେବ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ମଙ୍ଗଳବାର ଠାରୁ ପରିବା, ଗ୍ରୋସରୀ, ମାଛ, ମାଂସ, ଅଣ୍ଡା, ପରିବା ହାଟ ଭଳି ଅତ୍ୟାବଶ୍ୟକୀୟ ଦୋକାନ ସକାଳ ୬ଟା ଠାରୁ ଦିନ ୧ଟା ପର୍ଯ୍ୟନ୍ତ ଥରଟିଏ ଖୋଲାରହିବ । ଏହାଛଡା ସ୍ଥାୟୀ କ୍ଷୀର ଓ ସ୍ଥାୟୀ ଫଳ ଦୋକାନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଅତ୍ୟାବଶ୍ୟକ ଜିନିଷର ଘରୋଇ ଯୋଗାଣ କେବଳ ସକାଳ ୬ଟାରୁ ଦିନ ୧୦ଟା ମଧ୍ୟରେ ହେବ । ପୁଣି ଏହା ପୌରପାଳିକାର ନିର୍ଦ୍ଧାରିତ ଅନୁମତି କ୍ରମେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଆସନ୍ତାକାଲି ଠାରୁ ବାଇକ ଓ ଘରୋଇ ଗାଡି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । କେବଳ ଜିଲ୍ଳା ଅରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ଅନୁମତିପ୍ରାପ୍ତ ବାଇକ ହିଁ ଚଳାଚଳ କରି ପାରିବ । ଏହି ନିର୍ଦ୍ଦେଶନାମାକୁ ଉଲଂଘନ କଲେ ସଂପୃକ୍ତ ଦୋକାନ, ବଜାର, ହାଟକୁ ସିଲ କରାଯିବା ସହିତ ବାଇକ ଗୁଡିକୁ ଜବତ କରି ସେଗୁଡିକ ବିରୁଦ୍ଧରେ ମାମଲା ରୁଜୁ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହି ସବୁ କଟକଣାରୁ ଔଷଧ ଦୋକାନକୁ ବାଦ୍ ଦିଆ ଯାଇଛି । ଔଷଧ ଦୋକାନ ପୂର୍ବଭଳି ଖୋଲା ରହିବ । ସବୁ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତା ମୂଳକ କରାଯାଇଛି । ଏହାର ଉଲଂଘନ କରାଗଲେ ଉଭୟ ଦୋକାନୀ ଏବଂ ଗ୍ରାହକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିନା କାରଣରେ କେହି ଚାଲବୁଲ କରୁଥିଲେ ସେମାନଙ୍କୁ ଉଠାଇ ନେଇ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖାଯିବ । ଶଟଡାଉନ ବଳବତ୍ତର ଥିବା ଏରେଇଁ ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ, ଚରମ୍ପା ରେଳ ଷ୍ଟେସନ ଅଞ୍ଚଳ ଏବଂ ପୁରୁଣାବଜାର ଅଞ୍ଚଳରେ ଶଟ ଡାଉନ ସମୟର ସମସ୍ତ କଟକଣା ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଏରେଇଁ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧୀକରଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

eleven + 13 =