ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

0 159

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । କେବଳ ଗତକାଲି ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୨ ବର୍ଷିୟ ଆକ୍ରାନ୍ତଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ବୋଲି ଜଣାପଡିଛି । ସେ ଦୁବାଇରୁ ଫେରିଥିବା ଜଣାପଡିଛି । ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରି ସୂଚନା ଦେଇଛି । ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୦କୁ ଛୁଇଁଛି । କେନ୍ଦ୍ରାପଡା ଜିଲ୍ଲାରେ ଏହା ପ୍ରଥମ ରୋଗୀ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

1 × 2 =