କରୋନା ପାଇଁ ଅଙ୍ଗୁଠିରୁ ମୁଦି କାଢିଦେଲେ ବଲିଉଡ ସେଲିବ୍ରେଟି

0 132

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସାରା ବିଶ୍ୱରେ ପରିସ୍କାର, ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଉଛି । ସାନିଟାଇଜର ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ଆହ୍ୱାନ ଦେଇଥିଲେ । ଲୋକମାନଙ୍କ ଉପରେ ତାହାର ଗଭୀର ପ୍ରଭାବ ପଡିଛି । ଲୋକମାନେ ପ୍ରତିଦିନ ସାନିଟାଇଜର ବ୍ୟବହାର କରୁଛନ୍ତି । ଏପରିକି ବିଳାସବ୍ୟସନ ମଧ୍ୟରେ ଜୀବନ ବିତାଉଥିବା ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହାକୁ ପାଳନ କରୁଛନ୍ତି । ସେମାନେ ନିୟମିତ ଭାବେ ହାତ ଓ ମୁହଁ ସାନିଟାଇଜରରେ ସଫା କରୁଛନ୍ତି ।

hiring

ଏପରିକି ବଲିଉଡର ଜଣେ ନିର୍ମାତା, ନିର୍ଦ୍ଦେଶିକା ଏକତା କପୁର ହାତ ଧୋଇବା ପାଇଁ ଆଙ୍ଗୁଠିରେ ଲଗାଇଥିବା ସବୁଜାକ ମୁଦି ବାହାର କରିଦେଇଛନ୍ତି । ଯାହାକି ତାଙ୍କ ପକ୍ଷେ ଅସମ୍ଭବ ଥିଲା । କିନ୍ତୁ କରୋନା ପାଇଁ ଦୀର୍ଘ ୧୭ ବର୍ଷ ପରେ ସେ ତାଙ୍କର ଏହି ସଉକକୁ ପରିହାର କରିବାକୁ ବାଧ୍ୟ ହୋଇଛନ୍ତି । ଦୀର୍ଘ ୧୭ ବର୍ଷ ଧରି ଏହି ସବୁ ମୁଦିକୁ ଆଙ୍ଗୁଠିରେ ଲଗାଇଥିଲେ । ତାହାର ଏକ ଭିଡିଓ ଭାଇରାଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

ten + 1 =