ପଶ୍ଚିମବଙ୍ଗରେ ଲାଗୁ ହେବ ୟୁସିସି !

0 74

କୋଲକାତା: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ ୟୁସିସି ଲାଗୁ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆସନ୍ତା ସୋମବାର ଅର୍ଥାତ୍ ଜୁନ୍ ୨୯, ୨୦୨୬ରେ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ପଶ୍ଚିମବଙ୍ଗ ବିଧାନସଭାରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଆଗତ କରିପାରନ୍ତି । ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ କ୍ୟାବିନେଟ୍‌ ସହ ଜଡ଼ିତ ବରିଷ୍ଠ ଅଧିକାରୀମାନେ ଏହି ବିଷୟରେ ସ୍ପଷ୍ଟ କରିଛନ୍ତି । ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବାର ୬ ମାସ ମଧ୍ୟରେ ୟୁସିସି ବିଲ୍ ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଥିଲା । ତେବେ ବର୍ତ୍ତମାନର ସଦ୍ୟତମ ସୂଚନା ଅନୁସାରେ, ଦଳ ନିଜର ନିର୍ଦ୍ଧାରିତ ସମୟ ସୀମାଠାରୁ ବହୁ ପୂର୍ବରୁ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି ।

hiranchal ad1
Leave A Reply

Your email address will not be published.

5 × three =