ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ସହକାରୀ ଯନ୍ତ୍ରୀ

0 107

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଜିରୋ ଟୋଲେରାନ୍ସ ନୀତି ଆପଣାଉଛନ୍ତି । ଯେଉଁମାନେ ଦୁର୍ନୀତି ଅଭିଯୋଗରେ ଧରାପଡ଼ୁଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଅବସର ମଧ୍ୟ ଦେଉଛନ୍ତି ।  ତେବେ ଏହା ସତ୍ତ୍ୱେ ବି ଦୁର୍ନୀତି ହଟୁନି । ଏପରିକି ସରକାରୀ କର୍ମଚାରୀଙ୍କ ମଧ୍ୟରେ ଲାଞ୍ଚ ନେବା ମନୋବୃତ୍ତି ବି ଯାଉନି । ଫଳ ସ୍ୱରୂପ ଏବେ ରାଜ୍ୟରେ ଭିଜିଲାନ୍ସ ଜାଲରେ ସରକାରୀ କର୍ମଚାରୀ ପଡ଼ିବା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଛି । 

hiring

ଏହି ପରିପ୍ରେକ୍ଷୀରେ ଆଜି ପୁଣି ଭିଜିଲାନ୍ସ ହାତରେ ଜଣେ ଲାଞ୍ଚୁଆ ସହକାରୀ ଯନ୍ତ୍ରୀ ପଡ଼ିଛନ୍ତି ।  ସେ ହେଉଛନ୍ତି ଆସିକା ଉଠାଜଳସେଚନ ସହକାରୀ ଯନ୍ତ୍ରୀ ଈଶ୍ୱର ଦାସ ।  ଏକ ବିଲ ପାସ ପାଇଁ ସେ ଜଣଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଫଳରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଶ୍ରୀ ଦାସ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିନେଇଥିଲା । 

hiranchal ad1
Leave A Reply

Your email address will not be published.

8 + twelve =