ଭଏସ ଅଫ ସୁବର୍ଣ୍ଣପୁର ପ୍ରତିଯୋଗିତାରେ ୭୦ବର୍ଷିୟ ଗାୟକ ହେଲେ ପ୍ରଥମ

0 98

ସୁବର୍ଣ୍ଣପୁର : ଜିଲ୍ଲାର ଭଏସ ଅଫ ସୁବର୍ଣ୍ଣପୁର କମିଟି ପକ୍ଷରୁ ସ୍ଥାନୀୟ ପୁରୁଣା ଟାଉନ ହଲ ଠାରେ ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ସ୍ୱର୍ଗତ ଫକିର ପଟ୍ଟନାୟକଙ୍କ ସ୍ମୃତିରେ ଭଏସ ଅଫ୍‌ ସୁବର୍ଣ୍ଣପୁର ସଙ୍ଗିତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଷ୍ଠାନ ସଭାପତି ଶିବପ୍ରସାଦ ଗୁରୁଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳକ ମନୋଜ କୁମାର ବାରିକ ଓ ମାନଭଞ୍ଜନ ମିଶ୍ର ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଧୁନିକ ପିଢୀର ଯୁବ ସଙ୍ଗିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ନାଟ୍ୟଶ୍ରୀ ଗଦାଧର ବାରିକ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ୫୪ ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସେଥିମଧ୍ୟରୁ ୧୫ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା । ପରେ ଚୂଡାନ୍ତ ପର୍ଯ୍ୟାୟରେ ୫ଜଣ କୃତି ପ୍ରତିଯୋଗୀଙ୍କୁ ଭଏସ ଅଫ ସୁବର୍ଣ୍ଣପୁର ଘୋଷଣା କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ସୁନାମଧନ୍ୟ ବିଶିଷ୍ଟ ଗାୟକ ସ୍ୱର୍ଗର ବୃନ୍ଦାବନ ନାଏକଙ୍କ ସ୍ମୃତିରେ ପ୍ରଥମ ପୁରସ୍କାର ସମ୍ମାନରେ ସୁବର୍ଣ୍ଣପୁର ଜଣେ ୭୦ ବର୍ଷିୟ ଅଭିଜ୍ଞ ଗାୟକ ହୃଷିକେଶ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା, ଯୁବପ୍ରତିଭା ଅଭିଳାଷ ମିଶ୍ରଙ୍କୁ ବିଶିଷ୍ଟ ଷୋଳଭରନି ବାଦ୍ୟକାର ସ୍ୱର୍ଗତ ପୁରନ୍ଦର ବାରିକଙ୍କ ସ୍ମୃତିରେ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଯୁବକଳାକାର ଅମିତ ଷଡଙ୍ଗିଙ୍କୁ ବରିଷ୍ଠ ମଞ୍ଚ କଳାକାର ସ୍ୱର୍ଗତ ଜଗତରାମ ବାରିକଙ୍କ ସ୍ମୃତିରେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସୁଶ୍ରୀ ଶ୍ରାବଣୀ ମିଶ୍ର ଚତୁର୍ଥ ଓ ଲଲିତ ଜାମୁଡାଲିଆଙ୍କୁ ପଞ୍ଚମ ପୁରସ୍କାର ପ୍ରଦାନ କରି ଭଏସ ଅଫ୍‌ ସୁବର୍ଣ୍ଣପୁର ଘୋଷଣା କରାଯାଇଥିଲା । ଏଥିରେ ମହାଗୁରୁ ମୁଖ୍ୟ ବିଚାରକ ଭାବରେ ଓଲିଉଡର ପ୍ରଖ୍ୟାତ ସଙ୍ଗିତ ନିର୍ଦ୍ଦେଶକ ରମେଶ ମହାନନ୍ଦଙ୍କ ସହିତ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ନବୀନ କୁଅଁର, ଅନଙ୍ଗ ସାଇଦେଓ, ବେଦଶୃତି ମହାପାତ୍ର ପ୍ରମୁଖ ବିଚାରକ ମଣ୍ଡଳି ଯୋଗଦେଇ ଥିବାବେଳେ ଶିଳ୍ପି କଳା ଅନୁଷ୍ଠାନ ସମ୍ବଲପୁରର କଳାକାର ମାନେ ବାଦ୍ୟଯନ୍ତ୍ରରେ ବିଶେଷ ସହଯୋଗ ଜରିଥିଲେ । ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ, ଉପସଭାପତି ସନ୍ତୋଷ କୁମାର ମିଶ୍ର, କାର୍ଯ୍ୟକ୍ରମ ସଂଯୋଜକ ଉମେଶ କୁମ୍ଭାର, ସହ ସମ୍ପାଦକ ଗଣପତି ବାଘ, ପଞ୍ଚାନନ ନାଏକ, ସୌମ୍ୟକାନ୍ତ ମିଶ୍ର, ସୌମ୍ୟରଞ୍ଜନ ସେଠି, ପ୍ରିୟବ୍ରତ ନାଏକ, ଅବିନାଶ ବାରିକ, ରଞ୍ଜନ ବାରିକ, ବଳରାମ ପଟ୍ଟନାୟକ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two + twelve =