ଡବ୍ଲୁଓଡିସି ପାଇଁ ୧୨ଜଣ ସଦସ୍ୟଙ୍କୁ ମନୋନୀତ କଲେ ରାଜ୍ୟ ସରକାର

0 173

ଭୁବନେଶ୍ୱର: ରାଜ୍ୟ ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ୧୨ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି । ଏମାନଙ୍କ ମଧ୍ୟରୁ ଲୋକସଭାର ୨ଜଣ ସଦସ୍ୟ ଏବଂ ୧୧ଜଣ ସଦସ୍ୟ ରାଜ୍ୟ ବିଧାନସଭାରୁ ମନୋନୀତ ହୋଇଛନ୍ତି । ସେମାନଙ୍କର ନାମ ଯଥାକ୍ରମେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ, ବରଗଡ ସାଂସଦ ସୁରେଶ ପୂଜାରୀ, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ରାଉରକେଲା ବିଧାୟକ ସାରଦାପ୍ରସାଦ ନାୟକ, ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିସାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏ ସଂପର୍କିତ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ବିଧାୟକମାନେ ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦ୍ୱାରା ଆହୂତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ପଶ୍ଚିମଓଡିଶା ବିକାଶ ଦିଗରେ କାର୍ଯ୍ୟ କରିବେ ।

hiranchal ad1
Leave A Reply

Your email address will not be published.

two − 1 =