ଆଇପିଏଲ୍‌କୁ ନେଇ ୟୁଏଇ ଅତ୍ୟନ୍ତ ଉତ୍ସାହିତ

0 63

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ । ଏମିରେଟ୍ସ କ୍ରିକେଟ୍‌ ବୋଡର଼୍ (ଇସିବି) ଏଥିପାଇଁ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏଭଳି ଏକ ମେଗା ଇଭେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିବାରୁ ଏମିରେଟ୍ସ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରୁଛି । ଏହି କ୍ରୀଡ଼ା ମାଧ୍ୟମରେ ଭାରତ ସହିତ ସମ୍ପର୍କ ଆହୁରି ସୁଦୃଢ଼ ଓ ବ୍ୟାପକ ହେବ ବୋଲି ଇସିବି କହିଛି । ଇସିବିର ଉପାଧ୍ୟକ୍ଷ ଖାଲିଦ୍‌ ଅଲ୍‌ ଜାରୁନି ଏକ ବିବୃତିରେ କହିଛନ୍ତି ଯେ, କରୋନା ସଂକ୍ରମଣ ଯୋଗୁଁ ଭାରତରେ ଏଥର ଆଇପିଏଲ୍‌ ନହେବା ଏବଂ ଏମିରେଟ୍ସକୁ ଏଥିପାଇଁ ଚୟନ କରିବା ଏକ ଉଲ୍ଲେଖନୀୟ ଘଟଣା । ଏହାକୁ ଏକ ବଡ଼ ସୁଯୋଗ ଓ ଗୌରବର ବିଷୟ ବୋଲି ଆମେ ବିବେଚନା କରୁଛୁ । ଟୁର୍ଣ୍ଣାମେଣ୍ଟକୁ ସଂପୂର୍ଣ୍ଣ ସଫଳ କରିବା ଲାଗି ଇସିବି ସବୁ ପ୍ରକାର ପ୍ରୟାସ କରିବ । ବିସିସିଆଇର ଏହା ଏକ ସବୁଠୁ ବଡ଼ ଓ ଅତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କାରଣ ସୁଦୂର ଏମିରେଟ୍ସରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ଅର୍ଥ ଏକ ବଡ଼ ଆହ୍ୱାନକୁ ଆପଣାଇବା । କରୋନା ସଂକ୍ରମଣ ରୋକିବା ଗଭର୍ଣ୍ଣିଂ କାଉନସିଲ୍‌ର ପ୍ରାଥମିକତା ହୋଇଥିବା ବେଳେ ଏସ୍‌ଓପି ସମ୍ପର୍କରେ ପ୍ରତିଟି ଫ୍ରାଞ୍ଚାଇଜ୍‌ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା ଉଚିତ ବୋଲି ଗଭର୍ଣ୍ଣିଂ କାଉନ୍‌ସିଲ୍‌ ବିଚାର କରିଛି ।

hiranchal ad1
Leave A Reply

Your email address will not be published.

eight − two =