ଟ୍ରାଫିକ୍ ସ୍ଥିତି ବଦଳାଇ ଦେଇଛି ଲକଡାଉନ : ଗୁଗୁଲ ରିପୋର୍ଟ

0 106

ନୂଆଦିଲ୍ଲୀ : ଲକଡାଉନ ଯୋଗୁଁ ସାରା ଦେଶରେ ଟ୍ରାଫିକ୍ ସ୍ଥିତି ପୁରା ବଦଳି ଯାଇଛି । ଭାରତର କେଉଁ ସହରରେ କେଉଁ ଟ୍ରାଫିକ୍ ଅଂଚଳରେ ଲୋକଙ୍କ ଗତିବିଧି କିପରି ବଦଳିଛି ତାହାର ଏକ ଚିତ୍ର ସମ୍ବଳିତ ରିପୋର୍ଟ ଗୁଗୁଲ ସଂସ୍ଥା ପକ୍ଷରୁ ଜାରି କରାଯାଇଛି । ଯେଉଁ ସ୍ଥାନଗୁଡିକରେ ପ୍ରାୟ ସବୁଦିନ ଅସମ୍ଭବ ଭିଡ ଲାଗି ରହିଥାଏ, ସେଗୁଡିକ ପ୍ରାୟତଃ ଏବେ ଶୂନଶାନ ହୋଇପଡିଛି । ଯାତାୟତ କେତେ ହାରରେ କମିଛି ତାହାର ବିବରଣୀ ମଧ୍ୟ ଦିଆଯାଇଛି । ପର୍ଯ୍ୟଟକମାନଙ୍କ ସଂଖ୍ୟା ବହୁ ମାତ୍ରେ କମିଯାଇଛି । କେବଳ ଭାରତ ନୁହେଁ, ବିଭିନ୍ନ ଦେଶର ଟ୍ରାଫିକ୍ ସ୍ଥିତି ଉପରେ ମଧ୍ୟ ଗୁଗୁଲ ତଥ୍ୟ ଦେଇଛି । ଏହାର ଏକ ମ୍ୟାପ୍ ପ୍ରଦର୍ଶନ କରାଯାଇଛି । କେଉଁ ସ୍ଥାନଗୁଡିକ ଗହଳି ରହୁଛି ଏବଂ କେଉଁ ସ୍ଥାନଗୁଡିକରେ ଗହଳି କମିଯାଇଛି ତାହାର ବିସ୍ତୃତ ଚିତ୍ର ଏଥିରେ ରହିଛି । ଲୋକମାନଙ୍କର ଚଳାଚଳ କିଭଳି ଭାବରେ ପ୍ରଭାବିତ ହୋଇଛି ତାହାର ପ୍ରତିଶତ ହାର ଦର୍ଶାଯାଇଛି । କେତେକ ଦେଶରେ ରାସ୍ତାରେ ପୂର୍ବଭଳି ଲୋକଙ୍କର ଯାତାୟତ ନଥିବା ବେଳେ ଆଉ କେତେକ ସ୍ଥାନରେ ପୂର୍ବ ଅପେକ୍ଷା କମ୍ ଲୋକ ଚଳପ୍ରଚଳ କରୁଥିବା ଏହି ମ୍ୟାପରୁ ଜାଣିବାକୁ ମିଳିଛି । ବିଭିନ୍ନ ସୂତ୍ରରୁ ମିଳିଥିବା ତଥ୍ୟକୁ ଏକାଠି କରି ଗୁଗୁଲ ଏଭଳି ମ୍ୟାପ୍ ପ୍ରସ୍ତୁତ କରିଛି । ଯାହାକୁ ଦେଖିବା ଲାଗି ଗୁଗୁଲ ବ୍ୟବହାରକାରୀମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

5 × five =