ନିଜାମୁଦ୍ଦିନ କଳା ତାଲିକାଭୁକ୍ତଙ୍କ ମଧ୍ୟରେ ୪୧ଦେଶର ନାଗରିକ, କେଉଁ ଦେଶରୁ କେତେ ଜାଣନ୍ତୁ

0 120

ନୂଆଦିଲ୍ଲୀ ,: ଦିଲ୍ଲୀର ନିଜାମୁଦ୍ଦିନ ମର୍କଜରେ ହୋଇଥିବା ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀମାନଙ୍କୁ କଳାତାଲିକାଭୁକ୍ତ କରାଯାଇଛି । ଏହି କଳା ତାଲିକାଭୁକ୍ତ ବିଦେଶୀଙ୍କ ମଧ୍ୟରେ ୪୧ଟି ଦେଶର ନାଗରିକ ଥିବା ଜଣାପଡିଛି । ଅର୍ଥାତ୍ ୪୧ଟି ଦେଶରୁ ଆସିଥିବା ନାଗରିକମାନେ ସମ୍ମିଳନୀରେ ସାମିଲ ହୋଇଥିଲେ । ସେହି ଦେଶଗୁଡିକ ମଧ୍ୟରେ ଆମେରିକା, ଇଣ୍ଡୋନେସିଆ, ବାଂଲାଦେଶ, କୀର୍ଗିସ୍ତାନ, ମିଆଁମାର ଓ ଥାଇଲାଣ୍ଡ ଆଦି ଅନ୍ତର୍ଭୁକ୍ତ । ୯୬୦କଳାତାଲିକାଭୁକ୍ତ ବିଦେଶୀ ନାଗରିକଙ୍କ ମଧ୍ୟରେ ଇଣ୍ଡୋନେସିଆ ସଂଖ୍ୟା ସର୍ବାଧିକ । ଏହି ଦେଶରୁ ୩୭୯ଜଣ ନାଗରିକ ସମ୍ମିଳନୀରେ ଭାଗ ନେଇଥିଲେ । ସେହିପରି ବାଂଲାଦେଶର ୧୧୦, ମିଆଁମାରର ୬୩ ଓ ଥାଇଲାଣ୍ଡର ୬୫ଜଣ ନାଗରିକ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଶୁକ୍ରବାର ଦିଆଯାଇଛି । ଭିସା ବଳରେ ଭାରତ ଆସିଥିବା ସର୍ବାଧିକ ୪୨୦୦ ବିଦେଶୀ ନାଗରିକଙ୍କୁ ବର୍ତ୍ତମାନ ସୁଦ୍ଧା କଳାତାଲିକାଭୁକ୍ତ କରାଯାଇଛି । ଏହି ବିଦେଶୀ ନାଗରିକମାନଙ୍କର ଗତିବିଧି ତଥା ଯାତ୍ରା ବିବରଣୀ ଯାଞ୍ଚ କରାଯାଉଛି । ଦିଲ୍ଲୀରେ ଆକ୍ରାନ୍ତ ହୋଇଥିବା ୨୯୩ କରୋନା ରୋଗୀଙ୍କ ମଧ୍ୟରୁ ଅତିକମରେ ୧୪୨ଜଣଙ୍କର ନିଜାମୁଦ୍ଦିନ ସମ୍ମିଳନୀ ସହ ସଂପୃକ୍ତି ଥିବା ଜଣାପଡିଛି । ଅର୍ଥାତ୍ ଏମାନେ ସମ୍ମିଳନୀ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ।

hiranchal ad1
Leave A Reply

Your email address will not be published.

one × 2 =