ସଟଡାଉନରେ ଏହି ସବୁ ସେବା ଜାରି ରହିବ

0 133

ଭୁବନେଶ୍ୱର: ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ଆଜିଠୁ ସଟଡାଉନ୍ ଲାଗୁ ହୋଇଛି । ଏହି ସଟଡାଉନ ସମୟରେ କ\’ଣ ସବୁ ଖୋଲାରହିବ ଓ କେଉଁଗୁଡିକ ବନ୍ଦ ରହିବ ସେ ନେଇ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଶୁକ୍ରବାର ରାତି ୮ଟାରୁ ରବିବାର ୮ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ସଟଡାଉନ ବଳବତ୍ତର ରହିବ । ଏହି ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ, ପୁଲିସ, ଦମକଳ ବାହିନୀ, ଟେଲିକମ ସେବା, ମାଲପରିବହନ ପାଇଁ ରେଳ ଓ ବିମାନ ସେବା, କମିଶନରେଟ ପୁଲିସ ଓ ଜିଲ୍ଲା ପୁଲିସ ଦ୍ୱାରା ଚିହ୍ନିତ ଇଲେକ୍ଟ୍ରୋନିକ୍ ମିଡିଆ କରୋନା ପରିଚାଳନା ପାଇଁ ଉଦ୍ଦିଷ୍ଟ ଆଇଟି ଓ କଲସେଣ୍ଟର, ପୌରସଂସ୍ଥାର ଜଳଯୋଗାଣ, ପରିମଳ ଓ ସ୍ୱରେଜ ବିଭାଗ, ବିଦ୍ୟୁତ ଯୋଗାଣ ଅଫିସ, ଔଷଧ ନିୟନ୍ତ୍ରକ ଏବଂ ପୌର ସଂସ୍ଥା ଦ୍ୱାରା ଚିହ୍ନିତ ଔଷଧ ଦୋକାନ ଏବଂ ମାଲ ପରିବାହ କରୁଥିବା ଟ୍ରକ୍ ସେବା ଜାରି ରହିବ ।

hiranchal ad1
Leave A Reply

Your email address will not be published.

fourteen − 10 =