ଭୁବନେଶ୍ୱର : ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ, ସଟଡାଉନ ଓ ଅନ୍ୟ କରୋନା କଟକଣା ବଳବତର ରହିଛି । ତେବେ ଆଜି ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଜାରି କରାଯିବ । ଅପରାହ୍ନ ସାଢେ଼ ୩ଟାରେ ଏନେଇ ଏସଆରସି ପ୍ରଦୀପ କୁମାର ଜେନା ସୂଚନା ପ୍ରଦାନ କରିବେ ।
ରାଜ୍ୟରେ ଏବେ ବି ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରିନାହିଁ । ପୂର୍ବାପେକ୍ଷା କମିଥିଲେ ବି ତାହା ସନ୍ତୋଷଜନକ ନୁହେଁ । କଟକ ଓ ଖୋର୍ଦ୍ଧାରେ ପ୍ରତିଦିନ ଶହ ଶହ ସଂକ୍ରମିତ ବାହାରୁଛନ୍ତି । ତେବେ ଅନେକ ଜିଲ୍ଲାରେ କରୋନା ସଂକ୍ରମଣ ଧିରେଧିରେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ତେଣୁ ପୂର୍ବାପେକ୍ଷା କରୋନା କଟକଣା କୋହଳ ହେବବୋଲି ଆଶା କରାଯାଉଛି ।
ଯେଉଁଥିପାଇଁ ଆଜି ଏସଆରସିଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷକରି ସିନେମା ହଲ ବହୁଦିନ ଧରି ଖୋଲିପାରିନାହିଁ । ସେହିପରି ଯାତ୍ରା ପାଇଁ ଅନୁମତି ମିଳୁନଥିବାରୁ ଯାତ୍ରା କଳାକାରମାନେ ହନ୍ତସନ୍ତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ହଲ, ଯାତ୍ରା ଓ ପାର୍କ ଖୋଲିବାକୁ କେତେକ ମହଲରେ ଦାବି ହେଉଥିବାବେଳେ ଏସଂକ୍ରାନ୍ତରେ ସରକାର କି ଘୋଷଣା କରୁଛନ୍ତି ତାହା ଉପରେ ନଜର ରହିଛି ।