ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି

0 62

ନୂଆଦିଲ୍ଲୀ: ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି । ରିପୋର୍ଟ ଅନୁଯାୟୀ ଭାରତୀୟ ଔଷଧ ନିୟାମକ ବିଶେଷଜ୍ଞ କମିଟି ଜରୁରୀକାଳୀନ ବ୍ୟବହାର (EUA) ପାଇଁ ଜାଇଡସ୍ କ୍ୟାଡିଲାର ତିନି-ଡୋଜ୍ କରୋନା ଟିକା  -ZyCoV-D- ଅନୁମୋଦନ କରିବାକୁ ସୁପାରିଶ କରିଛି । କମିଟି ଆହୁରି ମଧ୍ୟ କହିଛି ଯେ ଜିଡସ୍ ଏହାର ଟିକା ପାଇଁ ଅତିରିକ୍ତ ତଥ୍ୟ ଦାଖଲ କରିବା ଆବଶ୍ୟକ ।
ଅହମ୍ମଦାବାଦ ଭିତ୍ତିକ ଫାର୍ମାସ୍ୟୁଟିକାଲ୍ ଫାର୍ମ ଏହାର ଜୁଲାଇ ୧ ରେ ଏହାର ତଚ୍ଚଉକ୍ଟଠ-ଊ ୩-ଡୋଜ୍ କୋଭିଡ୍-୧୯ ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଆବେଦନ କରିଥିଲା । ଏହା ଦେଶରେ ପଞ୍ଚମ ଅନୁମୋଦିତ ଟିକା ହେବ । ଏହା ପ୍ରଥମ ଛୁଞ୍ଚିମୁକ୍ତ କୋଭିଡ୍ ଟିକା ହେବ ଯାହା ୧୨ରୁ ୧୮ ବର୍ଷ ବର୍ଗଙ୍କ ଲାଗି ଉପଲବ୍ଧ ହେବ ।

hiranchal ad1
Leave A Reply

Your email address will not be published.

10 − three =