ଭେଣ୍ଡି କିଲୋ ୮୦୦ ଟଙ୍କା, ରହିଛି ଅନେକ ଫାଇଦା

0 163

ଭୋପାଳ: ଆପଣ ନାଲି ଭେଣ୍ଡିର ସ୍ୱାଦ ଚାଖିଛନ୍ତି କି? ଅଧିକାଂଶ ଲୋକ ନିଜ ବାଡିରେ ସବୁଜ ଭେଣ୍ଟି ଚାଷ କରିବ ସହ ଖାଇଥାନ୍ତି । ନାଲି ଭଣ୍ଡି ଦେଖିବା ଏବଂ ଶୁଣିବା ପାଇଁ ଅଦ୍ଭୁତ ଶବ୍ଦ ହୋଇପାରେ, କିନ୍ତୁ ଖାଇବା ସ୍ୱାଦିଷ୍ଟ ଏବଂ ପୁଷ୍ଟିକର । ଏହାର ଦାମ୍‌ ବି ସେମିତି । କିଲୋପ୍ରତି ୮୦୦ ଟଙ୍କାରେ ବିକ୍ରି ହେଉଛି ଏହା ଦାମି ଭେଣ୍ଡି । ଭୋପାଳର ଖଜୁରିକାଲାନ୍‌ ଗ୍ରାମରେ ଜଣେ କୃଷକ ମିଶ୍ରଲାଲ ଏହି ବିଶେଷ ପ୍ରକାର ଭେଣ୍ଟି ଚାଷ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ରାଜପୁତ କିଛି ଦିନ ପୂର୍ବରୁ ବନାରସରେ ଥିବା ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭେଜିଟେବୁଲ୍‌ ରିସର୍ଚ୍ଚ ସେଣ୍ଟରକୁ ଯାଇଥିଲେ । ଏହି ସମୟ ମଧ୍ୟରେ ସେ ଲାଲ୍‌ ଭେଣ୍ଡି ବିଷୟରେ ଜାଣିବାକୁ ପାଇଥିଲେ ଓ ସେଠାରେ ଏହାର ଚାଷ ପ୍ରଣାଳୀ ଶିଖିଥିଲେ । ସେଠାରେ ଆସି ସେ ନିଜ କ୍ଷେତରେ ନାଲି ଭେଣ୍ଡି ଚାଷ କରି ଉତ୍ପାଦନ କରିଛନ୍ତି । ଯଦିଓ ଲାଲ୍‌ ଭେଣ୍ଡି ୟୁରୋପୀୟ ଦେଶଗୁଡିକରେ ଚାଷ କରାଯାଏ, କିନ୍ତୁ ବର୍ତ୍ତମାନ ଏହାରେ ଚାଷ ଭାରତରେ ମଧ୍ୟ ହେଉଛି । ପୂର୍ବରୁ ଭାରତ ଏହି ନାଲି ରଙ୍ଗର ଭେଣ୍ଡିକୁ ୟୁରୋପୀୟ ଦେଶଗୁଡିକରୁ ଆମଦାନୀ କରୁଥିଲେ ।

hiring


ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଭେଜିଟେବୁଲ୍‌ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ଚାଷ ପ୍ରଣାଳୀ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ୮ରୁ ୧୦ ବର୍ଷ ସମୟ ଲାଗିଥିଲା ବୋଲି ଜଣାପଡିଛି । ଭୋପାଳ କୃଷକ ମିଶ୍ର୍ରିଲାଲ ବାରାଣାସୀରୁ ୧ କିଲୋଗ୍ରାମ ଲାଲ ଭେଣ୍ଡି ମଞ୍ଜି ୨୪୦୦ ଟଙ୍କାରେ କିଣିଥିଲେ ଏବଂ ସେ ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ଏହି ମଞ୍ଜି ବୁଣିଥିଲେ । ଯେତେବେଳେ ଫସଲ ଆସିବା ଆରମ୍ଭ ହେଲା, ଏହା ନିକଟସ୍ଥ ଚାଷୀଙ୍କ ପାଇଁ କୌତୁହଳର ବିଷୟ ପାଲଟିି ଯାଇଥିଲା । କାରଣ ଏଠାକାର ଲୋକମାନେ ପ୍ରଥମ ଥର ପାଇଁ ନାଲି ଭେଣ୍ଡି ଦେଖିଥିଲେ । ଏହି ଭେଣ୍ଡି ଉତ୍ପାଦନ ପାଇଁ ୪୫ରୁ ୫୦ ଦିନ ସମୟ ଲାଗିଥାଏ । ଗୋଟିଏ ଗଛରେ ୫୦ଟି ଭେଣ୍ଡି ଉତ୍ପାଦନ କରାଯାଇପାରିବ । ଗୋଟିଏ ଏକର ଜମି ୪୦ ରୁ ୫୦ କ୍ୱିଣ୍ଟାଲ ନାଲି ଭେଣ୍ଡି ଉତ୍ପାଦନ କରାଯାଇପାରିବ । ଯଦି ପାଗ ଭଲ ରୁହେ ତେବେ ଏହାର ଉତ୍ପାଦନ ୮୦ କ୍ୱିଣ୍ଟାଲକୁ ବୃଦ୍ଧି ପାଇପାରେ ବୋଲି କୁହାଯାଇଛି ।
ସାଧାରଣ ବଜାରରେ ଏହି ଲାଲ ଭେଣ୍ଡି ବିକ୍ରୟ କରିବେ ନାହିଁ ବୋଲି କୃଷକ ମିଶ୍ରଲାଲ ରାଜପୁତ କହିଛନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ଭେଣ୍ଡି ଅତ୍ୟନ୍ତ ଲାଭଦାୟକ, ତେଣୁ ବଡ ମଲ୍‌ ଏବଂ ଦୋକାନ ବଜାରରେ ବିକ୍ରି ହେବ । ସେ କହିଛନ୍ତି ଯେ ବଜାରରେ ଏହାର ମୂଲ୍ୟ ୨୫୦ ରୁ ୫୦୦ ଗ୍ରାମ ୩୫୦ ରୁ ୪୦୦ ଟଙ୍କା ଅଟେ । ଏକ କିଲୋଗ୍ରାମ ଭଣ୍ଡିର ମୂଲ୍ୟ ହେଉଛି ୮୦୦ ଟଙ୍କା ।

hiranchal ad1
Leave A Reply

Your email address will not be published.

seventeen − fifteen =