ଲୋକଙ୍କ ଘରେ ଟିକା ପହଞ୍ଚାଉଛନ୍ତି ମହିଳା ଇ-ରିକ୍ସା ଡ୍ରାଇଭର !

0 84

ଗୌହାଟୀ : କରୋନା ମହାମାରୀ ସମୟରେ ଅନେକ ଲୋକ ନିଜର ଜୀବନ ଖାତିର୍‌ ନକରି ଅନ୍ୟକୁ ସାହାଯ୍ୟ ସହଯୋଗ କରିଛନ୍ତି । ଲୋକମାନେ ନିସ୍ୱାର୍ଥପର ଭାବରେ ସାଧାରଣ ଜନତାଙ୍କୁ ସାହାଯ୍ୟ କରିଛନ୍ତି । ସେଲିବ୍ରିଟି ସୋନୁ ସୁଦ ହୁଏତ ତାଙ୍କର ଉତ୍ତମ କାର୍ଯ୍ୟରେ ଲୋକପ୍ରିୟ ହୋଇଥାଇ ପାରନ୍ତି, କିନ୍ତୁ ସେ କେବଳ ଜଣେ ନୁହଁନ୍ତି ଯିଏ କରୋନାଭାଇରସ୍‌ ମହାମାରୀ ମଧ୍ୟରେ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ଆଜି ଆମେ ଆପଣଙ୍କୁ ଜଣେ ମହିଳାଙ୍କ ବିଷୟରେ କହୁଛୁ ଯିଏକି କୋଭିଡ -୧୯ ସମୟରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏହି ମହିଳା ଜଣକ ଟିକା ପାଇବାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ।
ଆସାମର ବାସିନ୍ଦା ଧନମୋନି ବୋରା ୨୦୧୯ ମସିହାରେ ଗୌହାଟୀର ପ୍ରଥମ ମହିଳା ଇ-ରିକ୍ସା ଡ୍ରାଇଭର ହୋଇଥିଲେ । ତାଙ୍କ ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେ ଏକ ଇ-ରିକ୍ସା ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି କରୋନା ସଂକଟ ସମୟରେ ଧନମୋନି ତାଙ୍କ ଇ-ରିକ୍ସାକୁ ଏକ ଉତ୍ତମ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି । ଧନମୋନିଙ୍କ ଦିନ ସକାଳ ୯:୩୦ ରୁ ଆରମ୍ଭ ହୁଏ ଏବଂ ସେ ସିଧା ଡାକ୍ତରଖାନାକୁ ଯାଆନ୍ତି ଯେଉଁଠାରେ ସେ ଟିକା ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀକୁ ନିଜ ରିକ୍ସା ଉପରେ ଲୋଡ୍‌ କରି ସିଧା ଗୌହାଟୀ ଅଞ୍ଚଳକୁ ଯାଆନ୍ତି ଯେଉଁଠାରେ ସ୍ୱାସ୍ଥ୍ୟ କର୍ମୀମାନେ ଲୋକମାନଙ୍କୁ ଟିକା ଦେବା ପାଇଁ ଯାଆନ୍ତି ।
ଗୌହାଟୀ ଲୋକଙ୍କ ଟୀକାକରଣ ପାଇଁ କାମ କରୁଥିବା ଏକ ଏନ୍‌ଜିଓ ସହ ଧନମୋନି ଯୋଗ ଦେଇଛନ୍ତି । ଧନମୋନିଙ୍କ ରିକ୍ସାରେ ଏକ ଲାଉଡ ସ୍ପିକର ଲଗାଯାଇଛି ଯେଉଥିରେ ଗୀତ ମାଧ୍ୟମରେ ଲୋକଙ୍କୁ ଟିକା ବିଷୟରେ ଅବଗତ କରାଇଥାନ୍ତି । ଧନମୋନି କହିଛନ୍ତି ଯେ ଏପର୍ଯ୍ୟନ୍ତ ଏନଜିଓ ସହିତ ମିଶି ସେ ୨୫୦୦ ରୁ ଅଧିକ ଲୋକଙ୍କୁ ଟିକା ଦେବାରେ ସହଯୋଗ କରିଛନ୍ତି । ୩୦ ଜଣ ବୃଦ୍ଧଙ୍କ ଘରକୁ ଯାଇ ମଧ୍ୟ ସେ ଟିକା ଯୋଗାଇ ଦେଇଥିବା ଏହି ଅବସରରେ ସେ କହିଛନ୍ତି । ଯେଉଁମାନେ ନିଜେ ଟିକା କେନ୍ଦ୍ରକୁ ଆସିପାରିବେ ନାହିଁ । ଧନମୋନିଙ୍କ ଦଳ ଆଶା କର୍ମୀ ଏବଂ ଏନଜିଓ ସଦସ୍ୟଙ୍କୁ ନେଇ ଗଠିତ ।

hiranchal ad1
Leave A Reply

Your email address will not be published.

one × 1 =