ମିଶନ ଶକ୍ତି ଋଣ ଓ ସମନ୍ୱୟ ମେଳା କାର୍ଯ୍ୟକ୍ରମ

0 134

ବୌଦ୍ଧ,୮/୧୦- ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ମିଶନ ଶକ୍ତି ଋଣ ଓ ସମନ୍ୱୟ ମେଳା କାର୍ଯ୍ୟକ୍ରମ ବୌଦ୍ଧ ଏନ ଏ ସି ବନ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ବୌଦ୍ଧ, ରାଷ୍ଟ୍ରୀୟ ସହର ଆଜୀବିକା ମିଶନ ଏବଂ ବ୍ୟାଙ୍କ ମାନଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା । ଏହି ମେଳାରେ ମୋଟ ୧୧୨ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୬୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସାରଦା ପ୍ରସନ୍ନ ମିଶ୍ର ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ଏନଏସି ବୌଦ୍ଧର ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ ଶ୍ରୀ ରବୀନ୍ଦ୍ର ସେଠୀ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଶ୍ରୀ ଦେବଦତ୍ତ ମିଶ୍ର, ଓଡିଶା ଆଜୀବିକା ମିଶନ ତରଫରୁ ଶ୍ରୀ ଫ୍ରାନସିସ ବାର୍ଲା ତଥା ୧୨ ଟି ବ୍ୟାଙ୍କରୁ ବିଭିନ୍ନ କର୍ମକର୍ତ୍ତାଙ୍କ ସମେତ ଦୁଇଶହରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five × one =