ମୁମ୍ବାଇ: ମୁମ୍ବାଇର ଭିଓଡ଼ି ସ୍ଥିତ ମାତୋଶ୍ରୀ ବୃଦ୍ଧାଶ୍ରମରେ ୬୯ ଜଣ କରୋନା ପଜିଟିଭ ହୋଇଛନ୍ତି । ଏହି ସମସ୍ତଙ୍କର ଚିକିତ୍ସା ଠାଣେ ସ୍ଥିତ ଜିଲ୍ଲା ହସ୍ପିଟାଲରେ ଚାଲୁଅଛି ।ଭିଓଡ଼ି ବୃଦ୍ଧାଶ୍ରମର ପ୍ରମୁଖ ଅଶୋକ ପାଟିଲ ରବିବାର ଦିନ କହିଛନ୍ତି ଯେ, ଜଣକ ପରେ ଜଣେ ବୃଦ୍ଧଙ୍କୁ ଗତ ସପ୍ତାହରେ ଜ୍ୱର ଆସିଥିଲା । ଚିକିତ୍ସା ପରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନ ହେବାରୁ ସମସ୍ତଙ୍କ ବୃଦ୍ଧଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ରବିବାର ସକାଳ ଆସିଥିଲା । ସମସ୍ତ ୬୯ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ସମସ୍ତଙ୍କୁ ଠାଣେ ଜିଲ୍ଲା ହସ୍ପିଟାଲରେ ଭର୍ତି କରାଯାଇଛି । ବୃଦ୍ଧାଶ୍ରମରେ ୧୦୦ରୁ ଅଧିକ ବୃଦ୍ଧ ରହୁଛନ୍ତି ।