ଦେଶଦ୍ରୋହ ଆଇନ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

0 61

ନୂଆଦିଲ୍ଲୀ,୧୧/୫ ; ଦେଶଦ୍ରୋହ ମାମଲା ଉପରେ ସୁପ୍ରିମେକୋର୍ଟ ଆଜି ଏକ ଐତିହାସିକ ଆଦେଶ ଜାରି କରିଛନ୍ତି । ପ୍ରଚଳିତ ଦେଶଦ୍ରୋହ ଆଇନ ସଂକ୍ରାନ୍ତ ସମସ୍ତ ଟ୍ରାଏଲ,ଅପିଲ ଓ ବିଚାର ପ୍ରକ୍ରିୟା ଉପରେ କୋର୍ଟ ଆଜି ରହିତାଦେଶ ଜାରି କରିଛନ୍ତି । କୋର୍ଟ କହିଚନ୍ତି ଯେ କେନ୍ଦ୍ର ସରକାର ଏହି ଆଇନର ପୁନର୍ବିଚାର କରିବେ ବୋଲି କହିଛନ୍ତି । ଏହି ପୁନର୍ବିଚାର କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଧାରା ‘୧୨୪ଏ’ରେ ଥିବା ଏହି ଆଇନ ବଳରେ କୌଣସି ମାମଲା ରୁଜୁ କରାଯାଇ ପାରିବ ନାହିଁ । ଆଜି ଶୁଣାଣି ବେଳେ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟା ଉପସ୍ଥିତ ଥିଲେ । ସେ କୋର୍ଟଙ୍କୁ ଜଣାଇଥିଲେ ଯେ ଯଦି ଉପଯୁକ୍ତ କାରଣ ଅଛି ବୋଲି ଜଣେ ପୁଲିସ ଅଧୀକ୍ଷକ ପାହ୍ୟାର ଅଧିକାରୀ କହନ୍ତି, ତେବେ ଯାଇ ଦେଶଦ୍ରୋହ ଅଭିଯୋଗର ‘ଏଫ୍‌ଆଇଆର୍‌’ ପଞ୍ଜୀକରଣ କରାଯାଇ ପାରିବ । ଆଇନର ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ଚିଠା ପ୍ରସ୍ତୁତ କରିଛନ୍ତି । କେନ୍ଦ୍ର ସରକାର ଦେଶଦ୍ରୋହ ଆଇନ ପୁନର୍ବିଚାର ପ୍ରକ୍ରିୟା କରୁଛନ୍ତି ବୋଲି ମଙ୍ଗଳବାର ଦିନ ତୁଷାର ମେହେଟା ସୁପ୍ରିମ୍‌ କୋର୍ଟଙ୍କୁ କହିଥିଲେ । ମେହେଟା ଯୁକ୍ତି ବାଢିଥିଲେ, ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ସାମ୍ବିଧାନିକ ଅଦାଲତ ତଦନ୍ତ ଉପରେ ରହିତାଦେଶ ଜାରି କରିବା ଅନୁଚିତ । ନ୍ୟାୟିକ କର୍ତ୍ତୃପକ୍ଷଙ୍କର ଜଣେ ଦାୟିତ୍ୱସମ୍ପନ୍ନ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ମାମଲାର ଯାଞ୍ଚ କରାଯାଉ । ଦେଶଦ୍ରୋହ ଆଇନ ସଂକ୍ରାନ୍ତରେ ଉଲ୍ଲେଖ କରି ପଡିରହିଥିବା ମାମଲାଗୁଡିକ ବିଷୟରେ କହିବାକୁ ଯାଇ ସେ କହିଲେ, ଏହା ହେଉଛି ଏକ ଧର୍ତ୍ତବ୍ୟ ଅପରାଧ । ପଡିରହିଥିବା ପ୍ରତ୍ୟେକ ଅପରାଧର ଗୁରୁତ୍ୱ ବିଷୟରେ ଆମେ ଜାଣିନାହୁଁ । ଆତଙ୍କବାଦ, କଳାଟଙ୍କା ଧଳା କରିବା ଅଥବା ଅନ୍ୟ କୌଣସି ଅପରାଧ ଥାଇପାରେ । ଉଲ୍ଲେଖଯୋଗ୍ୟ, ଦେଶଦ୍ରୋହ ଆଇନର ବୈଧତାକୁ ଚାଲେଞ୍ଜ୍‌ କରି ଆଗତ ଏକ ପିଟିସନ୍‌ର ସୁପ୍ରିମ୍‌ ଶୁଣାଣି କରୁଛନ୍ତି । କେତେକ ସରକାର ଏହି ଆଇନର ଅପବ୍ୟବହାର କରି ରାଜନୈତିକ ଫାଇଦା ହାସଲ କରୁଛନ୍ତି ବୋଲି କୁହାଯାଉଛି । ସେଥିପାଇଁ ଏହି ଆଇନକୁ ସର୍ବସାଧାଣରେ ବିଶ୍ଳେଷଣ କରାଯାଉଛି । ମହାତ୍ମା ଗାନ୍ଧୀଙ୍କୁ ଚୁପ୍‌ କରାଇବାକୁ ଉପନିବେଶ ଅମଳରେ ବ୍ରିଟିସ୍‌ ସରକାର ବ୍ୟବହାର କରୁଥିବା ଏହି ଆଇନକୁ କାହିଁକି ଉଚ୍ଛେଦ କରାଯାଇ ନାହିଁ ବୋଲି ୨୦୨୧ ଜୁଲାଇରେ ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ । ତାହାର ଉତ୍ତର ଏଯାଏଁ ମିଳି ନାହିଁ ।

hiranchal ad1
Leave A Reply

Your email address will not be published.

four × 1 =