ନୂଆଦିଲ୍ଲୀ : ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍-୨୦୨୦ ଉପରେ ଲାଗିଛି ରୋକ୍ । ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ୩ ମାସ ପାଇଁ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଉକ୍ତ ଆଇନକୁ ଚାଲେଞ୍ଜ କରିବା ପାଇଁ ଆବେଦନକାରୀଙ୍କୁ ଅନୁମତି ଦେଇଥିଲେ । ପରେ ଏହା ବିରୋଧରେ ବିଶିଷ୍ଟ ଶିକ୍ଷାବିତ ତଥା ଜେଏନ୍ୟୁର ପୂର୍ବତନ ପ୍ରଫେସର ଅଜିତ କୁମାର ମହାନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଆବେଦନର ବିଚାର କରି ଜଷ୍ଟିସ ଏସ.ଅବଦୁଲ ନଜିର ଓ କୃଷ୍ଣ ମୂରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଲ୍ ଉପରେ ଆସନ୍ତା ୩ ମାସ ପାଇଁ ସ୍ଥଗିତାଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ ପାଇଁ ଓଡ଼ିଶା ଆଡଭୋକେଟ ଜେନେରାଲଙ୍କୁ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ ହେବ ।