ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବୋଲେରୋ, ୮ ମୃତ

0 153

ନୂଆଦିଲ୍ଲୀ: ମୃତ୍ୟୁ କାହା ପାଇଁ କେତେବେଳେ ଆସେ, ତାହା କହିହେବ ନାହିଁ । ମୃତ୍ୟୁ ଦେଖେନି ବୟସ ସମୟ ଓ ଆବେଗ । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଜାତୀୟ ରାଜପଥ ୨୮ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଯାଇଛି ।
ବିବାହ ସାରି ଫେରୁଥିବା ବାଟରେ ଭୟଙ୍କର ଦୁର୍ଘଟଣାରେ ୮ଜଣ ପ୍ରାଣ ହରାଇଛନ୍ତି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ବୋଲେରୋଟି ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣ ପ୍ରାଣ ହରାଇଛନ୍ତି । ଏହି ବୋଲେରୋରେ ମୋଟ ୧୧ ଜଣ ଥିଲେ । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରତର ରହିଛି ।
ପୋଲସର ସୂଚନା ଅନୁସାରେ, ବିବାହ ସାରି ବୋଲେରୋରେ ମୋଟ ୧୧ ଜଣ ବ୍ୟକ୍ତି ଘରକୁ ଫେରୁଥିଲେ । ତେବେ ବିଳମ୍ବିତ ରାତିରେ ହଠାତ୍‌ କଟୟା ଗାଁ ନିକଟରେ ନିୟନ୍ତ୍ରଣ ହରାଇ ବୋଲେରୋଟି ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା । ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନା ନିଆଯାଇ ଚିକିତ୍ସା ଜାରି ରହିଥିବାବେଳେ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

three × three =