ରାଜ୍ୟସଭା ଯିବେ ପ୍ରିୟଙ୍କା!

0 146

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ସ୍ଥିର କରିଛି । । ପ୍ରିୟଙ୍କା ଗାନ୍ଧୀ ୨୦୧୭ ଠାରୁ ସକ୍ରିୟ ରାଜନୀତିରେ ଅଛନ୍ତି ଏବଂ ଉତ୍ତରପ୍ରଦେଶକୁ ପରିଚାଳନା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେ କୌଣସି ସଦନର ସଦସ୍ୟ ହୋଇନାହାଁନ୍ତି । କଂଗ୍ରେସର ରଣନୀତିଜ୍ଞମାନେ କହିଛନ୍ତି ଯେ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଯିବା ଉଚିତ,ଯଦ୍ଦ୍ୱାରା ସେ ସଂସଦରେ ଦଳର ପକ୍ଷ ଉପସ୍ଥାପନ କରିପାରିବେ । ଆସନ୍ତା ରାଜ୍ୟସଭା ନିର୍ବାଚନ ସମ୍ପର୍କରେ କଂଗ୍ରେସ ନେତୃତ୍ୱ ଏବଂ ରାଜ୍ୟ ୟୁନିଟ୍‌ ମଧ୍ୟରେ ଆଲୋଚନା ଚାଲିଛି । ହରିୟାଣା,ରାଜସ୍ଥାନ,କର୍ଣ୍ଣାଟକ,ତାମିଲନାଡୁ, ଛତିଶଗଡ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ କଂଗ୍ରେସ କିଛି ଆସନ ଜିତିବାର ସ୍ଥିତିରେ ଅଛି । ବର୍ତ୍ତମାନ କେଉଁ ଆସନରୁ କେଉଁ ନେତାମାନଙ୍କୁ ସୁଯୋଗ ଦିଆଯିବା ଉଚିତ ସେନେଇ ଆଲୋଚନା ଚାଲିଛି । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉପର ସଂସଦକୁ ପଠାଇବାକୁ କିଛି ନେତା ପ୍ରସ୍ତାବ ଦେଇଛନ୍ତି । ତେବେ ଅଦ୍ୟାବଧି ପ୍ରିୟଙ୍କା ଗାନ୍ଧୀ କିମ୍ବା ଅନ୍ୟ କୌଣସି ସଦସ୍ୟ ଏ ବିଷୟରେ କିଛି କହି ନାହାଁନ୍ତି । ଦଳର ଅନ୍ୟ କୌଣସି ନେତା ଏ ବିଷୟରେ ଖୋଲାଖୋଲି ଭାବେ କହି ନାହାଁନ୍ତି, କିନ୍ତୁ ଆଭ୍ୟନ୍ତରୀଣ ଆଲୋଚନା ଜୋରଦାର ହେଉଛି ।

hiranchal ad1
Leave A Reply

Your email address will not be published.

20 + fourteen =