ଏହି ରାଜ୍ୟରେ ଭତ୍ତା ୧୦୦୦ଟଙ୍କା ମିଳିବ, ବଜେଟରେ ଘୋଷଣା କଲେ ସରକାର

0 73

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଯୋଗୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟକୁ ଗୁରୁବାର ବିଧାନସଭାରେ ଉପସ୍ଥାପନ କରିଛନ୍ତି । ୬ ଲକ୍ଷ ୧୫ ହଜାର ୫୧୮ କୋଟି ୯୭ ଲକ୍ଷ ବଜେଟରେ ଯୋଗୀ ସାମାଜିକ ସୁରକ୍ଷା ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ବୃଦ୍ଧ, ଭିନ୍ନକ୍ଷମ ଏବଂ ଅଭାବୀ ମହିଳାଙ୍କ ପାଇଁ ପେନସନ୍‌ ରାଶି ମାସକୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ସେହିପରି ବୃଦ୍ଧ ପୁରୋହିତ, ସାଧୁ ଏବଂ ପୁରୋହିତମାନଙ୍କର ସାମଗ୍ରିକ କଲ୍ୟାଣ ପାଇଁ ଯୋଜନା କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକ ବୋର୍ଡ ଗଠନ କରାଯିବ । ଏଥିପାଇଁ ୦୧ କୋଟି ଟଙ୍କାର ବ୍ୟବସ୍ଥା ପ୍ରସ୍ତାବ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

three × 3 =