ଖଣି ଆଇନରେ ହେବ ସଂଶୋଧନ

0 57

ନୂଆଦିଲ୍ଲୀ : ଖଣି କ୍ଷେତ୍ରରେ ଅଭିବୃଦ୍ଧିକୁ ପୁଣି ଫେରାଇ ଆଣିବାକୁ ସରକାର ଉଦ୍ୟମ ଆରମ୍ଭ କରିଦେଇଛନ୍ତି କେନ୍ଦ୍ର ସରକାର । ଖଣିଜ ବ୍ଲକଗୁଡ଼ିକର ଏକ୍ସପ୍ଲୋରେସନ ବା ସନ୍ଧାନ କାର୍ଯ୍ୟ ପାଇଁ ପୂର୍ବରୁ ଆବଶ୍ୟକ ହେଉଥିବା ଜଙ୍ଗଲ ଅନୁମତି ବା ଫରେଷ୍ଟ କ୍ଲିୟରାନ୍ସ ନିୟମକୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଖଣି ଓ ଖଣିଜ (ବିକାଶ ଓ ନିୟମନ)ଆଇନରେ ସଂଶୋଧନ ଆବଶ୍ୟକ ପଡ଼ିବ । ଖଣି ମନ୍ତ୍ରାଳୟର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓଡ଼ିଶା ସମେତ ବିଭିନ୍ନ ଖଣିଜ ପରିପୂର୍ଣ୍ଣ ରାଜ୍ୟ ଉପକୃତ ହେବେ । କାରଣ ଏହା ଦ୍ୱାରା ଖଣି ନିଲାମ କରିବା ସୁଗମ ହେବ ଓ ଖଣିଜ ଉତ୍ପାଦନ ବୃଦ୍ଧି ପାଇବ । ବର୍ତ୍ତମାନର ନିୟମ ଅନୁସାରେ ରିକୋନାଇସାନ୍ସ ଲାଇସେନ୍ସ ଓ ପ୍ରସପେକ୍ଟିଂ ଲାଇସେନ୍ସ ପ୍ରଦାନ ପାଇଁ ଜଙ୍ଗଲ ଅନୁମତି ନେବା ଆବଶ୍ୟକ ।

hiranchal ad1
Leave A Reply

Your email address will not be published.

two × three =