ସ୍ପଷ୍ଟ କଲା ଆଇସିଏମଆର : ଦେଶରେ ଗୋଟିଏ ହେଲେବି ମଙ୍କିପକସ ମାମଲା ନାହିଁ

0 38

ନୂଆଦିଲ୍ଲୀ ୨୭/୦୫ : ବିଭିନ୍ନ ଦେଶରେ ଏବେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସୁଛି । ଏପରି ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆସିଏମଆର)ର ଜଣେ ଅଧିକାରୀ କହିଛନ୍ତି,ଅନ୍ୟ ଦେଶମାନଙ୍କରେ ବଢ଼ୁଥିବା ସଂକ୍ରମଣକୁ ଦେଖି ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି । କିନ୍ତୁ ଆମ ଦେଶରେ ମଙ୍କି ପକ୍ସର କୌଣସି ମାମଲା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ । ବୈଜ୍ଞାନିକ ଡାକ୍ତର ଅପର୍ଣ୍ଣା ମୁଖାର୍ଜୀ କହିଛନ୍ତି ୟୁରୋପ, ଆମେରିକା ଓ ଅନ୍ୟ ଦେଶମାନଙ୍କରେ ମଙ୍କି ପକ୍ସ ସଂକ୍ରମଣ ଦୃତ ଗତିରେ ବ୍ୟାପୁଛି । ଭାରତ ଏଥିପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି । ଅସାମାନ୍ୟ ଲକ୍ଷଣ ଉପରେ ଦୃଷ୍ଟି ଦେବାକୁ ଡାକ୍ତର ମୁଖାର୍ଜୀ ଗୁରୁତ୍ୱ ଦେଇଛନ୍ତି । ଯେଉଁ ଲୋକମାନେ ମଙ୍କିପକ୍ସ ପ୍ରଭାବିତ କୌଣସି ଦେଶରୁ ଭାରତକୁ ଫେରୁଛନ୍ତି ସେମାନେ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଯେଉଁ ଲୋକମାନେ ଲକ୍ଷଣ ଅନୁଭବ କରୁଛନ୍ତି ସୋମାନେ ତୁରନ୍ତ ପରୀକ୍ଷା କରାଇନେବା ଉଚିତ । ଏଥିରେ ଲୋକମାନଙ୍କୁ ଭୟବିତ ହେବାର ଆବଶ୍ୟକତା ନାହିଁ ଓ ମଙ୍କି ପକ୍ସ ପଜିଟିବ ଆସିଥିବା ଲୋକମାନଙ୍କର ସଂସ୍ପର୍ଶରେ ନଆସି ତାଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ।

hiranchal ad1
Leave A Reply

Your email address will not be published.

five + 8 =