ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆଜି ଭୟଙ୍କର ଭୂମିକମ୍ପ ହୋଇଛି । ଭୂକଂପରେ ଥରିଛି ସାରା ଦେଶ । ଏଥିରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଆହୁରି ବହୁ ଲୋକ ଆହତ ହୋଇଛନ୍ତି । ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି । ଏହି ଭୂକମ୍ପର ପ୍ରଭାବ ପାକିସ୍ତାନର କେତେକ ଅଞ୍ଚଳରେ ପଡିଥିବା ଜଣାପଡିଛି । ପାକିସ୍ତାନର କେତେକ ଘର ଦୋହଲିଥିବା ଜଣାପଡିଛି । ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲେ ମଧ୍ୟ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ସେଠାରେ ଉଦ୍ଧାରକାରୀ ଦଳ ପହଞ୍ଚିବାରେ ବିଳମ୍ବ ହେଉଛି । ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବିକ ଆଫଗାନିସ୍ତାନର ଦକ୍ଷିଣପୂର୍ବ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । ପାକିସ୍ତାନ ସୀମା ତଥା ଆଫଗାରନିସ୍ତାନର ଖୋଷ୍ଟ ସହରଠାରୁ ୪୪ କିମି ଦୂରରେ ୫୧ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ରେକର୍ଡ କରାଯାଇଛି । ଏହାର ପ୍ରଭାବରେ ଆଫଗାନିସ୍ତାନର ରାଜଧାନୀରେ ବହୁ କ୍ଷୟକ୍ଷତି ହୋଇଛି । ଅନ୍ୟପକ୍ଷରେ ପାକିସ୍ତାନର ୧୧୯ ମିଲିଅନ ଲୋକେ ଭୂକମ୍ପର ତୀବ୍ରତା ଅନୁଭବ କରିଛନ୍ତି । ଏ ସମ୍ପର୍କରେ ଆଫଗାନିସ୍ତାନର ପ୍ରାକୃତିକ ବିପର୍ଯ୍ୟୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ବିଷେଶ କରି ଏହି ବିପର୍ଯ୍ୟୟରେ ପାକଟିକାରର ଅଧିକ ଲୋକେ ତଥା ୧୦୦ରୁ ଅଧିକ ମୃତ୍ୟୁ ଘଟିଥିବା କୁହାଯାଇଛି । ବର୍ତ୍ତମାନ ଆଫଗାନିସ୍ତାନ ଅର୍ଥନୈତିକ ସଙ୍ଗଟ ଦେଇ ଗତି କରୁଥିବା ବେଳେ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ଚିନ୍ତାର କାରଣ ପାଲଟିଛି ।