ଇଡିରେ ହାଜର ହେବାକୁ ଅଧିକ ସମୟ ମାଗିଲେ ସୋନିଆ ଗାନ୍ଧି

0 55

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏବେ ଇଡିରେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି । ଆସନ୍ତାକାଲି ତାଙ୍କୁ ନ୍ୟାଶନାଲ ହେରାଲ୍ଡ ମାମଲାରେ ଜେରା କରିବାକୁ ଇଡି ନୋଟିସ କରିଥିଲା । ହେଲେ ସେ ସୁସ୍ଥ ହୋଇଥିଲେ ମଧ୍ୟ କରୋନା ଯୋଗୁ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା । ଏହା ସ୍ୱାଭାବିକ ହେବା ପାଇଁ କିଛି ସପ୍ତାହ ଲାଗିବ । ସେ ଯାଏ ଜେରା ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ସୋନିଆ ଚାହୁଁଛନ୍ତି । ଏଥିପାଇଁ ସେ ଆଜି ଇଡିକୁ ଚିଠି ଲେଖିଛନ୍ତି । କଂଗ୍ରେସ ନେତା ଜୟରାମ ରମେଶ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି, “କରୋନା ଓ ଫୁସଫୁସ ସଂକ୍ରମଣ ପାଇଁ ତାଙ୍କୁ(ସୋନିଆ ଗାନ୍ଧି) ଘରେ ସଂପୂର୍ଣ୍ଣ ବିଶ୍ରାମ ନେବାକୁ ହସ୍ପିଟାଲ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଆଜି ଇଡିକୁ ଚିଠି ଲେଖି ସଂପୂର୍ଣ୍ଣ ସୁସ୍ଥ ହେବା ଯାଏ ପଚରାଉଚରା କାର୍ଯ୍ୟକ୍ରମକୁ କିଛି ସପ୍ତାହ ସ୍ଥଗିତ ରଖିବାକୁ କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 + 20 =