ଗଛରେ ପିଟି ହେଲା ପିକଅପ୍‌, ୧୦ ମୃତ

0 151

ଲଖିମପୁର : ଉତ୍ତରପ୍ରଦେଶର ପିଲିଭୀତ ଜିଲାରେ ଏକ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛନ୍ତି ।
ସୂଚନା ଯୋଗ୍ୟ, ପିଲିଭୀତର ଗଜରୌଲା ଥାନା ଅଂଚଳରେ ଏକ ଦ୍ରୁତଗତିରେ ଆସୁଥିବା ଏକ ପିକଅପ ଗଛରେ ପିଟି ହେବା ପରେ ରାସ୍ତା ଉପରେ ଓଲଟି ପଡିଥିଲା । ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ପିକଅପ୍‌ ରେ ଲୋକେ ହରିଦ୍ୱାରରୁ ଗଙ୍ଗା ସ୍ନାନ କରି ଫେରୁଥିଲେ ବୋଲି ଜଣାପଡିଛି । ଦୁର୍ଘଟଣାର ଶିକାର ହୋଇଥିବା ଅଧିକାଂଶ ଲୋକେ ଲଖିମପୁରର ଗୋଲାର ବାସିନ୍ଦା ବୋଲି କୁହାଯାଉଛି । ଦୁର୍ଘଟଣା ପରେ ଖୁବ ଜୋରରେ ଚିତ୍କାର ଶୁଣା ଯାଇଥିଲା । ଏହାପରେ ସ୍ଥାନୀୟ ଲୋକେ ପହଂଚିବା ସହ ପୁଲିସକୁ ଖବର ଦେଇଥିଲେ । ଚାଳକର ଆଖି ଲାଗି ଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

two × 2 =