ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଯଶୱନ୍ତ ସିହ୍ନାଙ୍କ ନାମାଙ୍କନ ଦାଖଲ ବେଳେ ବିରୋଧୀ ଦଳର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାଓ୍ୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ଉପସ୍ଥିତିରେ ଯଶଓ୍ୱନ୍ତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଡିଏମକେ ନେତା ଏ ରାଜା, ଏନସିପି ନେତା ଫାରୁକ ଅବଦୁଲା, ମଧ୍ୟ ନାମାଙ୍କନ ପତ୍ର ଦାଖଲ ବେଳେ ଉପସ୍ଥିତ ରହିଥିଲେ । ଯଶଓ୍ୱନ୍ତ ନିଜର ନାମାଙ୍କନ ପତ୍ର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ପିସି ମୁଡିଙ୍କୁ ପ୍ରଦାନ କରିଥିଲେ ।
![hiranchal ad1](https://hiranchallive.in/wp-content/uploads/2021/05/hiranchal-advertisement.jpeg)