ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ତାଙ୍କ ହେଲିକପ୍ଟର ଆଡ଼କୁ କଳା ବେଲୁନ ଛାଡ଼ି ୪ ଜଣ ଗିରଫ ହୋଇଛନ୍ତି । ଏମାନେ ସମସ୍ତେ କଂଗ୍ରେସର । କଳା ବେଲୁନ ଗୁଡିକ ମୋଦିଙ୍କ ହେଲିକପ୍ଟର ପାଖାପାଖି ହୋଇଯାଇଥିଲା । ଏହି ଘଟଣାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛି ଆନ୍ଧ୍ର ପୁଲିସ । ପ୍ରଧାନମନ୍ତ୍ରୀଙ୍କ ଚପରଟି ଆନ୍ଧ୍ରପ୍ରଦେଶର ଏକ ବିମାନବନ୍ଦରରୁ ଓହ୍ଲାଇବା ସମୟରେ କଳା ବେଲୁନ୍ ଦେଖିବାକୁ ମିଳିଥିଲା । ବିଜୟୱାଡାର ଗାନ୍ନାଭାରାମ ବିମାନ ବନ୍ଦରରେ ବିମାନ ଉଡ଼ାଣ ପରେ ମୋଦିଙ୍କ ହେଲିକପ୍ଟର ନିକଟରେ ବେଲୁନ୍ ଦେଖାଯାଇଥିଲା । ଭୀମଭରାମ ବିମାନ ବନ୍ଦରଠାରୁ ୪.୫ କିଲୋମିଟର ଦୂରରେ ଦୁଇଟି ବେଲୁନ୍ ଛଡା ଯାଇଥିବା ପୁଲିସ କହିଛି । ଆଜି ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ କର୍ମୀମାନେ ବିରୋଧ କରିଥିବା ବେଳେ କଳା ବେଲୁନ୍ ଏବଂ ପ୍ଲାକାର୍ଡ ଧରିଥିବା ନଜର ଆସିଥିଲେ ।