ଅପହଞ୍ଚ ଅଞ୍ଚଳରେ ସାଂସଦ ସାମନ୍ତଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଶିବିର

0 57

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ଦୁର୍ଗମ ଅଞ୍ଚଳ ବଡବାରବା ପଞ୍ଚାୟତ ପରିସରରେ ବଡବାରବା ସରପଞ୍ଚ ରବିଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କନ୍ଧମାଳ ସାଂସଦଙ୍କ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଞ୍ଚାୟତବାସୀ ଡାକ୍ତରମାନଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ବଡବାରବା ପଞ୍ଚାୟତର ସମସ୍ତ ଜନସାଧାରଣ ଏହି ସ୍ୱାସ୍ଥ୍ୟ ଶିବିରରେ ପହଞ୍ଚି ନିଜନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ଭୁବନେଶ୍ୱର କିମ୍‌ସରୁ ଆସିଥିବା ମେଡ଼ିସିନ ସ୍ପେସିଲିଷ୍ଟ ଡଃ ଅଗ୍ନିସ୍ୱର ମିତ୍ରା ଏବଂ ଡଃ ସଂୟାତନ ଶଙ୍କର ରୋଗି ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରିବା ସହ ଆବଶ୍ୟକ ପରାମର୍ଶ ଦେଇଥିଲେ । ଏହି ମାଗଣା ସ୍ୱାସ୍ଥ୍ୟ ଶିବିର ଗତ ଦୁଇ ବର୍ଷ କୋଭିଡ ପାଇଁ ବନ୍ଦ ରହିଥିଲା, ବର୍ତ୍ତମାନ ପୁଣି କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିଜସ୍ୱ ପାଣ୍ଠିରୁ ଲୋକଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଗକୁ ବି ଜାରିରହିବ ବୋଲି ଭୁବନେଶ୍ୱର କିମସ୍‌ ରୁ ଆସିଥିବା ମେଡ଼ିସିନ ସ୍ପେସିଲିଷ୍ଟ ମତ ପ୍ରକାଶ କରିଛନ୍ତି । ହାତପାହନ୍ତାରେ ମାଗଣାରେ ଔଷଧ ପାଇ ଲୋକେ ବେଶ ଖୁସି ଅଛନ୍ତି ଏବଂ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ଅଞ୍ଚଳ ବାସି । ଏହି କାର୍ଯ୍ୟକ୍ରମରେ ବିଜେଡି ବ୍ଳକ ସଂଯୋଜକ ସୁରଥ ନାୟକ, ରାଇକିଆ ବ୍ଳକ ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀ,ବିଜେଡି ଜିଲ୍ଲା ସମ୍ପାଦକ ଜୟସେନ ଦିଗାଲ,ବଡବାରବା ସମିତି ସଭ୍ୟ ନାରାୟଣ ଦଳେଇ, ଯୁବ ସଭାପତି ବଡବାରବା ରବିନ୍ଦ୍ର ଗୌଡ,ଇନ୍ଦ୍ରଗଡ ସରପଞ୍ଚ ବନିତା ମଲିକ ଓ ଭୂଷଣ ପ୍ରଧାନ, ଆଲୋକ ନାୟକ, ଶାନ୍ତନୁ ପ୍ରଧାନ, ରବିନ୍ଦ୍ର ସେଠି, ସିଏଚ୍‌ଚ ଓ ସୁକାନ୍ତ କୁମାର ସାହୁ ଏବଂ ଆଶା କର୍ମୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଶିବିର ଦୁର୍ଗମ ଅଂଚଳରେ କରିଥିବାରୁ ବ୍ଳକ ସଂଯୋଜକ ସୁରଥ ନାୟକ ଏବଂ ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀଙ୍କୁ ସମ୍ମାନିତ କରିଥିଲେ ଅଞ୍ଚଳ ବାସି ।

hiranchal ad1
Leave A Reply

Your email address will not be published.

7 + six =