ମାଗଣା ଚକ୍ଷୁ ଚିକିତ୍ସା ଶିବିର

0 21

ଦଶପଲ୍ଲା : ଆଜି ସ୍ଥାନୀୟ ରାଧାମୋହନ ଜୀଉ ହାଇସ୍କୁଲ ପରିସରରେ ଦଶପଲ୍ଲାର ଅନ୍ୟତମଧନ୍ୟବାଦ ବରପୁତ୍ର, ସ୍ୱର୍ଗତ ପଦ୍ମଚରଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ଜେପିଏମ ରୋଟାରୀ କ୍ଲବ କଟକ ଚକ୍ଷୁ ଚିକିତ୍ସାଳୟ ଓ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଡାକ୍ତରମାନେ ଯୋଗଦାନ କରି ଚିକିତ୍ସା ସେବା ଯୋଗାଇ ଦେଇଥିଲେ ଏବଂ ମାଗଣା ଚଷମା ପ୍ରଦାନ କରିଥିଲେ । ଉକ୍ତ ଶିବିରକୁ ରବିନାରାୟଣ ସଠୀ, ପ୍ରାଣକୃଷ୍ଣ ବେହେରା, ଅନ୍ତର୍ଯ୍ୟାମୀ ଭୁୟାଁ, ରାଜେନ୍ଦ୍ର କୁମାର ସାହୁ, ପ୍ରକାଶ କୁମାର ପାଣି ପ୍ରମୁଖ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 × one =