ନାବାଳକର ବାଇକ୍‌ ଧକ୍କାରେ ଜଣେ ମୃତ

0 125

ଦଶପଲ୍ଲା : ଦଶପଲ୍ଲା ଅଂଚଳରେ ଦିନକୁଦିନ ବଢିଚାଲିଛନ୍ତି ନାବାଳକ ଗାଡ଼ି ଚାଳକଙ୍କ ସଂଖ୍ୟା । ନାବାଳକ ମାନଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବହୁ ଦୁର୍ଘଟଣା ଘଟିବା ସହିତ ଅକାଳରେ ଚାଲିଯାଉଛି ଅନେକ ଜୀବନ । ଏପରି ଏକ ଘଟଣା ଘଟିଛି, ଦଶପଲ୍ଲା – ଗଣିଆ ରାସ୍ତାର ଯୋଗୀବନ୍ଧ ନିକଟରେ । ନା ବାଳକଙ୍କ ବାଇକ୍‌ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ, ଡିହଗାଁ ଗ୍ରାମପଞ୍ଚାୟତ ଗୌଡ଼ ପଙ୍କାଳସାହି ଗ୍ରାମର ସତୁରୀ ବର୍ଷୀୟ ପୁରସ୍ତମ ବେହେରା । ପୁରସ୍ତମ ଅପରାହ୍ନ ପ୍ରାୟ ୨ .୩୦ ସମୟରେ ସାଇକେଲ ଯୋଗେ ଦଶପଲ୍ଲାରୁ ନିକ ଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ (ଓଡି ୨୫ ଇ ୬୨୦୨) ବାଇକ୍‌ ଯୋଗେ ଆସୁଥିବା ଗଣିଆ ଅଞ୍ଚଳର ସତର ବର୍ଷୀୟ ଅଜୟ କୁମାର ବେହେରା ତାଙ୍କୁ ଧକ୍କା ଦେଇଥିଲେ । ପୁରସ୍ତମ ସେଠାରେ ଗୁରୁତର ହୋଇ ପଡିବାରୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ନୟାଗଡ଼ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ପୁରସ୍ତମଙ୍କ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବାଇକ୍‌ ଚାଳକ ମଧ୍ୟ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eleven + eight =