ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି, ଏଣିକି…

0 50

ନୂଆଦିଲ୍ଲୀ : ଜନ ଗଣ ମନ ପୂର୍ବରୁ ବନ୍ଦେ ମାତରମ୍ । ଜାତୀୟ ସଙ୍ଗୀତ ଜନ ଗଣ ମନ ପୂର୍ବରୁ ବାଧ୍ୟତାମୂଳକ ବନ୍ଦେ ମାତରମ୍ । କେନ୍ଦ୍ର ସରକାରଙ୍କ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନିର୍ଦ୍ଦେଶାବଳୀ । ଭାରତର ଜାତୀୟ ଗୀତ ‘ବନ୍ଦେ ମାତରମ୍’ ନେଇ ନୂଆ ବିଜ୍ଞପ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶାନାମା ।
ପଦ୍ମ ପୁରସ୍କାର ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ବାଧ୍ୟତାମୂଳକ । ସିନେମା ହଲ୍ ଭଳି ସାର୍ବଜନୀନ ସ୍ଥାନରେ ବାଜିବ ବନ୍ଦେ ମାତରମ୍ । ସମସ୍ତ ସରକାରୀ ସ୍କୁଲ୍ ଓ କାର୍ଯ୍ୟକ୍ରମରେ ଗାନ ହେବ । ଅଫିସିଆଲ୍ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ । ‘ବନ୍ଦେ ମାତରମ୍’ ଗାନ ବେଳେ ସାବଧାନ ଭଙ୍ଗୀରେ ରହିବାକୁ ନିର୍ଦ୍ଦେଶନାମା । ଯଦି କେହି ଅସମ୍ମାନ କରନ୍ତି ସର୍ବାଧିକ ୩ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଜାରି ରହିଛି ।
ତେବେ ବନ୍ଦେ ମାତରମ୍ ଆଉ ୬୫ ସେକେଣ୍ଡ ଲମ୍ବା ହେବ ନାହିଁ । ବରଂ ୩ ମିନିଟ୍ ୧୦ ସେକେଣ୍ଡ ଲମ୍ବା ହେବ । ଏହାକୁ ବି ଜାତୀୟ ସଙ୍ଗୀତ ପରି ସମାନ ସମ୍ମାନ ଦେବାକୁ ପଡିବ। ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ସ୍ୱତନ୍ତ୍ର ସରକାରୀ କାର୍ଯ୍ୟକ୍ରମରେ “ବନ୍ଦେ ମାତରମ୍”ର ସରକାରୀ ଛଅଟି ପଦ ଗାଇବା କିମ୍ବା ବଜାଇବା ବାଧ୍ୟତାମୂଳକ ହେବ । ସରକାର ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ସମସ୍ତ ସ୍କୁଲଗୁଡ଼ିକ ଜାତୀୟ ସଙ୍ଗୀତର ସାମୂହିକ ଗାନ ସହିତ ଦିନ ଆରମ୍ଭ କରିବା ଉଚିତ।

hiranchal ad1
Leave A Reply

Your email address will not be published.

two × one =