Delhi Govt: ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି ଆଉ ଅଫିସ୍ ଯିବେନି ସରକାରୀ କର୍ମଚାରୀ !

0 81

ଇରାନ-ଆମେରିକା ମଧ୍ୟରେ ଉତ୍ତେଜନା ଲାଗିରହିଛି ଆଉ ଏପଟେ ଦେଶରେ ତୈଳ ଓ ଇନ୍ଧନ ସଙ୍କଟ ଦେଶବାସୀଙ୍କୁ କନ୍ଦାଉଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବାକୁ ଅନୁରୋଧ କରିଥିଲେ । ଏପରିକି ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିବାକୁ ଅପିଲ ମଧ୍ୟ କରିଥିଲେ । ମୋଦିଙ୍କର ଏହି ଅନୁରୋଧ ପରେ ଦେଶର ବିଭିନ୍ନ ରାଜ୍ୟରେ ସରକାର , ତୈଳ ବ୍ୟବହାର ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ଦିଲ୍ଲୀର ରେଖା ଗୁପ୍ତା ସରକାର ଏ ଦିଗରେ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏଣିକି ଦିଲ୍ଲୀର ସରକାରୀ କର୍ମଚାରୀ ମାନଙ୍କୁ ଆଉ ପୂର୍ବ ଭଳି ଅଫିସ ଯିବାକୁ ପଡିବ ନାହିଁ । ତୈଳ ବ୍ୟବହାର କମାଇବା ପାଇଁ 50 ପ୍ରତିଶତ ସରକାରୀ ବୈଠକ ଅନଲାଇନ୍‌ ଦ୍ବାରା ହେବ ବୋଲି ନିଷ୍ପତି ନିଆଯାଇଥିବା ବେଳେ ଅଫିସରମାନଙ୍କୁ ଦିଆଯାଇଥିବା ପେଟ୍ରୋଲ ଲିମିଟ୍‌କୁ 20 ପ୍ରତିଶତ କମାଯାଇଛି । ଦିଲ୍ଲୀ ସରକାର ଘୋଷଣା କରିଛନ୍ତି ଯେ ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ସରକାର କୌଣସି ନୂଆ ଗାଡ଼ି କିଣିବେ ନାହିଁ । ସରକାରୀ କର୍ମଚାରୀଙ୍କ ପାଇଁ 29 ଟି ସରକାରୀ କଲୋନିରେ ସ୍ବତନ୍ତ୍ର ବସ୍‌ ଚାଲିବ ଏବଂ ପ୍ରତି ସପ୍ତାହରେ ଦୁଇ ଦିନ ଘରୁ କାମ କରିବା ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି କରାଯାଇଛି , ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗତକାଲି ଏ ନେଇ ଘୋଷଣା କରିଛନ୍ତି ।

hiring

ଘରୋଇ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଏହାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି । ସରକାରଙ୍କ ଘୋଷଣା ମୁତାବକ ସମସ୍ତ ବିଭାଗକୁ ଘରୁ କାମ କରିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ପଡିବ । ସେହିପରି ଦିଲ୍ଲୀରେ ସରକାରୀ ଗାଡ଼ି ବ୍ୟବହାର କମାଇବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଏବଂ ଖୋଦ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜର କାରକେଡକୁ ହ୍ରାସ କରି ଚାରୋଟି ଯାନରେ ସୀମିତ କରିବା ନେଇ ସୂଚନା ଦେଇଛନ୍ତି । ସେହିପରି ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପଦ‌କ୍ଷେପ ଗ୍ରହଣ କରି ରାଜଧାନୀ ଦିଲ୍ଲୀ ମେଟ୍ରୋ ଡେ ପାଳନ କରିବ। ସହ ପ୍ରତି ସପ୍ତାହରେ ଥରେ ଲୋକଙ୍କୁ ‘ନୋ କାର୍‌ ଡେ’ ପାଳନ କରିବା ପାଇଁ କହିଛନ୍ତି ଦିଲ୍ଲୀ ସରକାର । ଗତାକଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ସରକାରଙ୍କ ଏପରି ଘୋଷଣା କର୍ମଚାରୀ ମାନଙ୍କୁ ଆଶ୍ୱସ୍ତି ଆଣିଦେଇଛି ।

ଅଧିକ ପଢ଼ନ୍ତୁ : ପରିବାର ସଦସ୍ୟଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଆତଙ୍କବାଦୀ!

hiranchal ad1
Leave A Reply

Your email address will not be published.

three × 2 =