Vijay And Trisha Krishnan: ପୁଣି ଭାଇରାଲ ହେଲେ ଅଭିନେତ୍ରୀ ତ୍ରିଶା

0 90

ଯେବେଠୁ ବିଜୟଙ୍କ ପାରିବାରିକ ବିବାଦ ସାମ୍ନାକୁ ଆସିଛି ସେବେଠୁ ତ୍ରିଶା କ୍ରିଷ୍ଣନଙ୍କୁ ନେଇ ଚର୍ଚ୍ଚା ମଧ୍ୟ ବଢିଛି କିନ୍ତୁ ବିଜୟ ଥାଲାପତି ମୁଖ୍ୟମନ୍ତ୍ରୀ ହେବା ପରେ ଏହି ତାମିଲ ସୁନ୍ଦରୀ ବେଶ୍ ଭାଇରାଲ୍ ହେଉଛନ୍ତି । ବିଜୟଙ୍କ ଶପଥ ଉତ୍ସବରେ ତ୍ରିଶାଙ୍କ ଯୋଗଦାନ ଏବଂ ଏହା ପରେ ପରେ ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟ , ଏସବୁକୁ ନେଇ କେବଳ ତାମିଲନାଡୁରେ ନୁହେଁ ବରଂ ସାରା ଦେଶରେ ବିଜୟ ଓ ତ୍ରିଶାଙ୍କ ସମ୍ପର୍କକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ ।

ନିକଟରେ ତ୍ରିଶା ଚେନ୍ନାଇର ରୋହିଣୀ ସିଲଭର ସ୍କ୍ରିନ୍ ଥିଏଟରରେ ତାଙ୍କ ଚଳଚ୍ଚିତ୍ର କରୁପ୍ପୁର ଏକ ସ୍କ୍ରିନିଂରେ ଯୋଗ ଦେଇଥିଲେ । ଫିଲ୍ମ ଶେଷ ହେବା ପରେ ଥିଏଟରରୁ ସେ ବାହାରକୁ ଆସିବା ମାତ୍ରେ ସେଠାରେ ଫ୍ୟାନ୍ସମାନେ ତାଙ୍କୁ ଘେରି ଯାଇଥିଲେ । ଏହି ଗହଳି ମଧ୍ୟରେ ଜଣେ ପ୍ରଶଂସକ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟଙ୍କ ନାମ ନେଇ ତ୍ରିଶାଙ୍କୁ ପ୍ରଶ୍ନ କରିବାକୁ ଲାଗିଲେ । ତେବେ ଫ୍ୟାନ୍ସଙ୍କ ପ୍ରଶ୍ନରେ ତ୍ରିଶା ଦେଇଥିବା ପ୍ରତିକ୍ରିୟା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

hiring

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ସି ଜୋଶେଫ ବିଜୟ ଦାୟିତ୍ୱ ନେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଛି । କେବଳ ଫ୍ୟାନ୍ସ ନୁହଁନ୍ତି ବରଂ ବିଜୟଙ୍କ ବାନ୍ଧବୀ ତଥା ତାମିଲ ସୁନ୍ଦରୀ ତ୍ରିଶା କ୍ରିଷ୍ଣନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ନିର୍ବାଚନ ଗଣତି ସମୟରେ ମନ୍ଦିର ଯାଇ ପ୍ରାର୍ଥନା କରିବା ହେଉ କି ବିଜୟଙ୍କ ଶପଥ ସମାରୋହରେ ନଜର ଆସିବା ।

ତ୍ରିଶାଙ୍କ ଏପରି ଗୋଟେ ପରେ ଗୋଟେ ହିଣ୍ଟ ଦୁହିଁଙ୍କ ସମ୍ପର୍କକୁ ବେଶୀ ଚର୍ଚ୍ଚାକୁ ଟାଣିଛି । ଏପରିକି ବିଜୟଙ୍କ ଶପଥ ସମାରୋହରେ ତ୍ରିଶା ପହଞ୍ଚିବା ଏବଂ ବିଜୟଙ୍କ ମାଆଙ୍କୁ ଆଲିଙ୍ଗନ କରିବା ଭଳି ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଦୁଇ ତାମିଲ ସୁପରଷ୍ଟାରଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଲାଗିରହିଛି । ତଥାପି ଉଭୟଙ୍କ ମଧ୍ୟରୁ କେହି କେବେ ଖୋଲାଖୋଲି ଭାବରେ ନିଜର ସମ୍ପର୍କକୁ ନେଇ ପ୍ରତିକ୍ରିୟା ରଖିନାହାନ୍ତି । ସୂଚନା ମୁତାବକ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନ ପୂର୍ବରୁ 2015 ମସିହାରେ ବ୍ୟବସାୟୀ ବରୁଣ ମାନିଆନଙ୍କ ସହ ନିର୍ବନ୍ଧ କରିଥିଲେ, କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ଦୁହେଁ ଅଲଗା ହୋଇଯାଇଥିଲେ । ବିଜୟ ଓ ତ୍ରିଶା ଦୀର୍ଘବର୍ଷ ଧରି ତାମିଲ ସିନେମା ଜଗତରେ କାମ କରିବା ପରେ ଦୁହିଁଙ୍କ ସମ୍ପର୍କ ହଠାତ୍ ଏପରି ଚର୍ଚ୍ଚାକୁ ଆସିଛି ଏବଂ ତ୍ରିଶାଙ୍କ ଗୋଟେ ପରେ ଗୋଟେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି ।

hiranchal ad1
Leave A Reply

Your email address will not be published.

13 − four =