ଭୁବନେଶ୍ୱର: ପୁଣି ଓଡିଆ ଦର୍ଶକ ଫେରିଛନ୍ତି ସିନେମା ହଲକୁ । ଗୋଟିଏ ପରେ ଗୋଟିଏ ଓଡିଆ ଫିଲ୍ମ ଏବେ ହିଟ୍ ହେବା ସହ ବକ୍ସ ଅଫିସରେ ଧମାଲ କରୁଛି । ଏହାର ମଧ୍ୟରେ ନୂଆ ଓଡିଆ ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ମଧ୍ୟରେ ଓଡିଆ ଦର୍ଶକଙ୍କୁ ଖବୁ ମନୋରଂଜନ କରୁଥିବା ଜଣାପଡିଛି। ମେ’ ୧ ରେ ରିଲିଜ୍ ହୋଇଥିବା ଏହି ସିନେମା ୧୫ ଦିନ ମଧ୍ୟରେ ୩ କୋଟିରୁ ଅଧିକ ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଏନେଇ ସାମାଜିକ ଗଣମାଧ୍ୟମରେ ନିର୍ମାତା ଫିଲ୍ମର କଲେକ୍ସନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଫିଲ୍ମଟି ଏବେ ତୃତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ୁଥିବା ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ପୋଷ୍ଟର୍ ସହ ନିର୍ମାତା କ୍ୟାପ୍ସନ୍ରେ ଲେଖିଛନ୍ତି, ଦୁଇ ସପ୍ତାହର ସମ୍ପୂର୍ଣ୍ଣ ମନୋରଞ୍ଜନ । ବକ୍ସ ଅଫିସ୍ରେ ୩.୦୬ କୋଟି ଟଙ୍କା ରୋଜଗାର କରିଛି ଏବଂ ପାଗଳାମି ଆହୁରି ବଢ଼ିବାରେ ଲାଗିଛି । ଏହି ଯାତ୍ରାକୁ ଅବିସ୍ମରଣୀୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଫିଲ୍ମର ସଫଳତା ନେଇ ପୂରା ଟିମ୍ ଉତ୍ସବ ମନାଇଛନ୍ତି । ଦର୍ଶକମାନେ ମଧ୍ୟ ଫିଲ୍ମକୁ ଭରପୂର ପ୍ରଶଂସା କରିଛନ୍ତି । କେହି ଫିଲ୍ମକୁ ସୁପର୍ ଡୁପର୍ ହିଟ୍ ବୋଲି କହିଥିବା ବେଳେ ଆଉ କେହି ଏହାକୁ ବର୍ଷର ସବୁଠୁ ମନୋରଞ୍ଜନକାରୀ ଓଡ଼ିଆ ଫିଲ୍ମ ବୋଲି ମତ ଦେଇଛନ୍ତି ।
