ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକସଙ୍ଗେ ଆସିଲା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ । ଚଳିତ ବର୍ଷ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଛାତ୍ରଛାତ୍ରୀମାନେ ସିଏଚ୍ଏସ୍ଇର ୱେବ୍ସାଇଟ୍ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ । CHSE ଅଫିସରେ ରେଜଲ୍ଟ ପୁସ୍ତକ ଉନ୍ମୋଚନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ।

ମୋଟ- ୪ଲକ୍ଷ ୧ ହଜାର ୬୨୩ ପିଲା ସମସ୍ତ ବିଭାଗରେ ପରୀକ୍ଷା ଦେଇଛନ୍ତି ।
କଳା- ୨ ଲକ୍ଷ ୫୬ ହଜାର ୭୦୭
ବିଜ୍ଞାନ- ୧ ଲକ୍ଷ ୧୪ ହଜାର ୩୬୩
ବାଣିଜ୍ୟ- ୨୪ ହଜାର ୬୨୧
ଧନ୍ଦାମୂଳକ ଶିକ୍ଷା- ୫ ହଜାର ୯୩୨
ବିଜ୍ଞାନରେ ପୁଅଙ୍କ ପାସହାର ୮୭.୪୧, ଝିଅଙ୍କ ପାସହାର ୯୦.୨୪, ବାଣିଜ୍ୟରେ ପୁଅଙ୍କ ପାସହାର ୮୬.୬୭ ଏବଂ ଝିଅଙ୍କ ପାସହାର ୯୦.୪୩, ବିଜ୍ଞାନରେ ପାସହାର ୮୮.୮୦ ପ୍ରତିଶତ, କଳାରେ ପାସହାର ୮୪.୫୦ ପ୍ରତିଶତ, ବାଣିଜ୍ୟରେ ୮୬.୬୭ ପ୍ରତିଶତ । ରାଜ୍ୟରେ ପୁଅଙ୍କ ପାସହାର ୭୭.୯୭ ପ୍ରତିଶତ ହୋଇଥିବା ବେଳେ ଝିଅଙ୍କ ପାସହାର ୮୯.୪୫ ପ୍ରତିଶତ ହୋଇଛି ।
ଅପରାହ୍ନ ୩ଟା ପରେ ୱେବସାଇଟ୍ରୁ ପରୀକ୍ଷାର୍ଥୀ ଜାଣିପାରିବେ ରେଜଲ୍ଟ । ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ରାୟ ୪ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ ।
