ମନ ଜିଣୁଛି “ମନ୍ତ୍ରମୁଗ୍ଧ’, ୧୫ ଦିନରେ କଲାଣି ଏତିକି ରୋଜଗାର

0 66

ଭୁବନେଶ୍ୱର: ପୁଣି ଓଡିଆ ଦର୍ଶକ ଫେରିଛନ୍ତି ସିନେମା ହଲକୁ । ଗୋଟିଏ ପରେ ଗୋଟିଏ ଓଡିଆ ଫିଲ୍ମ ଏବେ ହିଟ୍ ହେବା ସହ ବକ୍ସ ଅଫିସରେ ଧମାଲ କରୁଛି । ଏହାର ମଧ୍ୟରେ ନୂଆ ଓଡିଆ ଚଳଚ୍ଚିତ୍ର ମନ୍ତ୍ରମୁଗ୍ଧ ମଧ୍ୟରେ ଓଡିଆ ଦର୍ଶକଙ୍କୁ ଖବୁ ମନୋରଂଜନ କରୁଥିବା ଜଣାପଡିଛି। ମେ’ ୧ ରେ ରିଲିଜ୍‌ ହୋଇଥିବା  ଏହି ସିନେମା ୧୫ ଦିନ ମଧ୍ୟରେ ୩ କୋଟିରୁ  ଅଧିକ ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଏନେଇ ସାମାଜିକ ଗଣମାଧ୍ୟମରେ ନିର୍ମାତା ଫିଲ୍ମର  କଲେକ୍ସନ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ।

hiring

ଫିଲ୍ମଟି  ଏବେ ତୃତୀୟ ସପ୍ତାହରେ ପ୍ରବେଶ କରିଥିବା ବେଳେ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ୁଥିବା  ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ  ପୋଷ୍ଟର୍‌ ସହ ନିର୍ମାତା କ୍ୟାପ୍‌ସନ୍‌ରେ ଲେଖିଛନ୍ତି,  ଦୁଇ ସପ୍ତାହର ସମ୍ପୂର୍ଣ୍ଣ ମନୋରଞ୍ଜନ । ବକ୍ସ  ଅଫିସ୍‌ରେ ୩.୦୬ କୋଟି ଟଙ୍କା ରୋଜଗାର କରିଛି  ଏବଂ ପାଗଳାମି ଆହୁରି ବଢ଼ିବାରେ ଲାଗିଛି । ଏହି  ଯାତ୍ରାକୁ ଅବିସ୍ମରଣୀୟ କରିଥିବାରୁ ସମସ୍ତଙ୍କୁ  ଧନ୍ୟବାଦ । ଫିଲ୍ମର ସଫଳତା ନେଇ ପୂରା ଟିମ୍‌  ଉତ୍ସବ ମନାଇଛନ୍ତି । ଦର୍ଶକମାନେ ମଧ୍ୟ ଫିଲ୍ମକୁ  ଭରପୂର ପ୍ରଶଂସା କରିଛନ୍ତି । କେହି ଫିଲ୍ମକୁ ସୁପର୍‌  ଡୁପର୍‌ ହିଟ୍‌ ବୋଲି କହିଥିବା ବେଳେ ଆଉ  କେହି ଏହାକୁ ବର୍ଷର ସବୁଠୁ ମନୋରଞ୍ଜନକାରୀ  ଓଡ଼ିଆ ଫିଲ୍ମ ବୋଲି ମତ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

ten + three =