ଅଗଷ୍ଟରେ ଦିଲ୍ଲୀରେ ଇନଭେଷ୍ଟର୍ସ ରୋଡ ଶୋ’ କରିବ ଓଡ଼ିଶା

0 78

ଭୁବନେଶ୍ୱର : ଅଗଷ୍ଟରେ ଦିଲ୍ଲୀରେ ଇନଭେଷ୍ଟର୍ସ ରୋଡ ଶୋ’ କରିବ ଓଡ଼ିଶା। ଏନେଇ ବଡ଼ ସୂଚନା ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ଓଡ଼ିଶା ସରାକାରଙ୍କ ଫୋକସ୍‌ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ରହିବ । ଦିଲ୍ଲୀ ରୋଡ଼ ଶୋ’ର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନିଉ ଏଜ ଶିଳ୍ପ ଉପରେ ଓଡିଶା ଗୁରୁତ୍ୱ ଦେଉଛି। ଅଗଷ୍ଟରେ ହେବାକୁ ଥିବା ଦିଲ୍ଲୀ ରୋଡ଼ ଶୋରେ ଟିମ ଓଡ଼ିଶାର ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ । ଇନଭେଷ୍ଟର୍ସ ସମ୍ମିଟ୍‌ରେ ବିଭିନ୍ନ ପୁଞ୍ଜିପତିଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ । ଗତ ୨ ବର୍ଷରେ ଓଡିଶାକୁ ଅନେକ ପୁଞ୍ଜି ଆସିଛି ଏବଂ ଶିଳ୍ପ ମଧ୍ୟ ଆରମ୍ଭ ହୋଇଛି । ଆମ ସରକାର ନିୟମିତ ଭାବେ ପୁଞ୍ଜି ନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସମୀକ୍ଷା କରୁଛି ।ଶିଳ୍ପ ପ୍ରତିଷ୍ଠା ସହ ଓଡିଶାର ଯୁବକ ଯୁବତୀମାନେ କିପରି ଶିଳ୍ପ ବାତାନୁକୂଳ ଦକ୍ଷତା ପାଇବେ,।ସେଥିପ୍ରତି ବି ଧ୍ୟାନ ଦେଉଛୁ । ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡିଶା ଚାମ୍ପିଅନ ହେବା ଓଡିଶାର ଦକ୍ଷ ମାନବ ସମ୍ବଳ ପ୍ରମାଣିତ କରୁଛି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ।

hiranchal ad1
Leave A Reply

Your email address will not be published.

10 + 9 =