ରାଜ୍ୟରେ ବଢୁଛି ଅଣ୍ଡା ଦର, ଚିନ୍ତାରେ ଅଙ୍ଗନବାଡି କର୍ମୀ

0 126

ଭୁବନେଶ୍ୱର: ରାଜ୍ୟରେ ଅଣ୍ଡା ଦର ବଢ଼ିଚାଲିଛି । ମାସେ ଭିତରେ ଅଢ଼େଇ ଟଙ୍କା ଦର ବଢ଼ିଲାଣି । ବଜାରରେ ଅଣ୍ଡା ଗୋଟା ୯ଟଙ୍କା । ସେପଟେ ଅଙ୍ଗନବାଡିରେ ପାଠ ପଢ଼ୁଥିବା ପିଲାଙ୍କ ପାଇଁ ଅଣ୍ଡା ଟେନସନ୍ ବଢ଼ିଲାଣି । ସରକାର ଏବେ ଗୋଟିଏ ଅଣ୍ଡା ପାଇଁ ୭ଟଙ୍କା ଦେଉଛନ୍ତି । ହେଲେ ଅଧିକ ୨ଟଙ୍କା କେଉଁଠୁ ଆସିବ, ତାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ତେଣୁ ସରକାରଙ୍କୁ ସିଧାସଳଖ ଚିଠି ଲେଖି ଏ ସମସ୍ୟା ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି । ହୋଲସେଲ ବଜାର ଓ ଖାଉଟି ବଜାରରେ ଏବେ ଆକାଶପାତାଳ ତଫାତ୍ ।

hiring

ହୋଲସେଲ ବଜାରରେ ଅଣ୍ଡା ଦର ଏବେ ସାଢ଼େ ୭ଟଙ୍କା । ହେଲେ ବଜାରରେ ଦେଢ଼ଟଙ୍କା ଅଧିକ ଦରରେ ବିକ୍ରି ହେଉଛି । ରବିବାର ଅଣ୍ଡା କାର୍ଟୁନ ପିଛା ୧୬୦୦ ଟଙ୍କା ହୋଇଛି । ବେପାରୀଙ୍କ କହିବା କଥା, ଉତ୍ପାଦନ ନଥିବାରୁ ଆହୁରି ବି ବଢ଼ିବ । ଅଣ୍ଡା ଦର ବଢ଼ୁଥିବା ବେଳେ ଅଣ୍ଡା ପ୍ରସ୍ତୁତ ଖାଦ୍ୟ ଦର ମଧ୍ୟ ଧୀରେଧୀରେ ବଢ଼ିଲାଣି । ଏଭଳି ସ୍ଥିତିରେ ଦର କେବେ ଖସିବ ତାକୁ ଅପେକ୍ଷା କରିଛନ୍ତି ଅଣ୍ଡାପ୍ରେମୀ ।

hiranchal ad1
Leave A Reply

Your email address will not be published.

5 × 1 =