ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସାରା ଅଞ୍ଚଳ ଉତ୍ସବମୁଖର । ଗାଁଠୁ ସହର, ସବୁଠି ଦେଖିବାକୁ ମିଳୁଛି ଆନନ୍ଦ ଓ ଉତ୍ସାହର ମାହୋଲ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ପୂର୍ବାହ୍ନ ୯ଟା ୪୦ରୁ ୯ଟା ୫୪ ମିନିଟ୍ ମଧ୍ୟରେ ଅନୁସାରେ ନବାନ୍ନ ଲାଗି ହୋଇଛି । ବର୍ଷର ପ୍ରଥମ ଅମଳ ଶସ୍ୟରୁ ପ୍ରସ୍ତୁତ ଭୋଗ ମା’ଙ୍କ ନିକଟରେ ଅର୍ପଣ କରାଯାଇଛି । ଏହାପରେ ୧୧୫ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ମଧ୍ୟ ନବାନ୍ନ ଲାଗି କରାଯାଇଛି ।ଏହି ଅବସରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।ନୂଆ ଧାନର ପ୍ରଥମ ଅର୍ଘ୍ୟ ମା’ଙ୍କୁ ଅର୍ପଣ କରି ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି ଶ୍ରଦ୍ଧାଳୁ।
