୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ, ଏକାଠି ଲଢିବେ ବିଜେପି-ଅକାଳୀ ଦଳ

0 52

ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ବଡ ସମୀକରଣ।  ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ବିଜେପି ଏବଂ ଅକାଳୀ ଦଳ ଏକ ମେଣ୍ଟ ଘୋଷଣା କରିଛନ୍ତି। ୬ ବର୍ଷ ପରେ ଦୁଇ ଦଳ ପୁଣି ଏକାଠି ହୋଇଛନ୍ତି। ଏବଂ ଏବେ ଏକାଠି ବିଧାନସଭା ନିର୍ବାଚନ ଲଢ଼ିବେ। ନୂଆଦିଲ୍ଲୀରେ ଏହା ଘୋଷଣା କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ୨୦୨୦ ମସିହାରେ ବିବାଦୀୟ କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ ଏନଡିଏରୁ ଓହରି ଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବ ବିଜେପି ସଭାପତି କେୱଲ ସିଂହ ଢିଲୋନ, ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ଼ ଏବଂ ଅକାଳୀ ନେତା ବଲବିନ୍ଦର ସିଂହ ଭୂନ୍ଦର ମଧ୍ୟ ଉପସ୍ଥିତ ଥିଲେ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ମେଣ୍ଟ ହିନ୍ଦୁ-ଶିଖ୍ ଭାଇଚାରାର । ଅକାଳୀ ଦଳ ଫେରିବା ପରେ ବର୍ତ୍ତମାନ୍ ଏନ୍‌ଡିଏ ପରିପୂର୍ଣ୍ଣ ହେଲା। ଏନଡିଏର ସବୁଠୁ ପୁରୁଣା ସାଥୀ ଦଳକୁ ନେଇ ପଞ୍ଜାବ ନିର୍ବାଚନ ଲଢିବୁ। ପଞ୍ଜାବକୁ ନିଶା ମୁକ୍ତ କରିବା ପାଇଁ ଦୁଇ ଦଳ କାମ କରିବ।

hiranchal ad1
Leave A Reply

Your email address will not be published.

three + two =