ବିଶିଷ୍ଟ ଶିଳ୍ପପତି ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ

0 39

ମୁମ୍ବାଇ: ଭାରତର ବିଶିଷ୍ଟ ଶିଳ୍ପପତି ପାଲୋନଜି ମିସ୍ତ୍ରୀଙ୍କର ୯୩ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । କନ୍‌ଷ୍ଟ୍ରକସନ୍‌ ସେକ୍ଟରର ସବୁଠାରୁ ବଡ କମ୍ପାନୀ ମଧ୍ୟରୁ ସାପୋରଜି ପାଲୋନଜି ଗ୍ରୁପର ଅଧ୍ୟକ୍ଷ ଥିଲେ ପାଲୋନଜି । ତାଙ୍କୁ ଭାରତର ଲୁକାୟିତ କୋଟିପତି ବୋଲି କୁହାଯାଏ । ସେ ମିଡିଆ ଠାରୁ ଦୂରେଇ ରୁହନ୍ତି । ବ୍ୟବସାୟ ଜଗତରେ ପାଲୋନଜିଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା । ପାଲୋନଜି ଗ୍ରୁପ୍‌ର ଅଧ୍ୟକ୍ଷ ପାଲୋନଜି ମିସ୍ତ୍ରୀଙ୍କର ସୋମବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଦେହାନ୍ତ ହୋଇଛି । ପାଲୋନଜି ଟାଟା ଗ୍ରୁପ୍‌ର ସର୍ବବୃହତ ଅଂଶୀଦାର ଥିଲେ । ପାଲୋନଜିଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ୱିଟ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେ ଲେଖିଛନ୍ତି, ‘ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅବାକ । ବ୍ୟବସାୟ ଜଗତରେ ତାଙ୍କର ଯୋଗଦାନ ସ୍ମରଣୀୟ ।’ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏକ ଟ୍ୱିଟ୍‌ କରି ଲେଖିଛନ୍ତି, ‘ ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତରେ ଏକ ଯୁଗର ଅବସାନ ଘଟିଛି ।

hiranchal ad1
Leave A Reply

Your email address will not be published.

seven + 20 =